ମନ୍ତ୍ରୀଙ୍କ ପ୍ରଶ୍ନରେ ଉତ୍ତର ଦେଇପାରିଲେନି, କମ୍ପ୍ୟୁଟର ଚିହ୍ନିପାରିଲେନି ସପ୍ତମ ଶ୍ରେଣୀ ପିଲା !

ରାୟଗଡ଼ା(ଓଡ଼ିଶା ରିପୋର୍ଟର): କମ୍ପ୍ୟୁଟର ଚିହ୍ନିପାରିଲେନି ସପ୍ତମ ଶ୍ରେଣୀ ପିଲା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କମ୍ପ୍ୟୁଟର ବାବଦରେ ମନ୍ତ୍ରୀ ପଚାରିବାରୁ ଏହାର ଉତ୍ତର ଦେଇପାରି ନଥିଲେ ପିଲା। ଏମିତି ଏକ ଚିତ୍ର ରାୟଗଡ଼ାରୁ ଆସିଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଆଜି ସକାଳେ ସେ ରାୟଗଡା ନିକଟସ୍ଥ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ […]

43210

Tapas Behera
  • Published: Wednesday, 23 October 2019
  • , Updated: 23 October 2019, 04:08 PM IST

ରାୟଗଡ଼ା(ଓଡ଼ିଶା ରିପୋର୍ଟର): କମ୍ପ୍ୟୁଟର ଚିହ୍ନିପାରିଲେନି ସପ୍ତମ ଶ୍ରେଣୀ ପିଲା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କମ୍ପ୍ୟୁଟର ବାବଦରେ ମନ୍ତ୍ରୀ ପଚାରିବାରୁ ଏହାର ଉତ୍ତର ଦେଇପାରି ନଥିଲେ ପିଲା। ଏମିତି ଏକ ଚିତ୍ର ରାୟଗଡ଼ାରୁ ଆସିଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।

ଆଜି ସକାଳେ ସେ ରାୟଗଡା ନିକଟସ୍ଥ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନଙ୍କ ସହ ପାଠପଢା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତେବେ ପିଲାମାନଙ୍କ ନିକଟରେ ଟାଇମ୍‍ଟେବୁଲ୍‍ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ମନ୍ତ୍ରୀ ଡାଇନିଂ ରୁମ୍‍, ପିଲାଙ୍କ ଶୋଇବା ଗୃହ, କମ୍ପ୍ୟୁଟର ହଲ୍‍ ଆଦି ବୁଲି ଦେଖିଥିଲେ । କମ୍ପ୍ୟୁଟର ପଢ଼ୁଥିବା କିଛି ଛାତ୍ରଙ୍କୁ ସେ କମ୍ପ୍ୟୁଟରର ବିଭିନ୍ନ ଅଂଶ ଦେଖାଇ ଏହା କଣ ବୋଲି ପଚାରିଥିଲେ ।

ମନ୍ତ୍ରୀ ଜ୍ୟୋତି ପ୍ରକାଶ ପିଲାଙ୍କୁ ଇଂଲିସରେ ପଚାରିଥିଲେ। କମ୍ପ୍ୟୁଟର ମାଉସ୍‌, ସିପିୟୁ ଏବଂ ମନିଟରକୁ ଠାରି ଏହି components ଗୁଡ଼ିକ କଣ ବୋଲି ପଚାରିଥିଲେ। ହେଲେ ପିଲାମାନେ ଏହାର ଉତ୍ତର ଦେଇ ପାରିନଥିଲେ । ସପ୍ତମ ଶ୍ରେଣୀ ପଢୁଥିଲେହେଁ କମ୍ପ୍ୟୁଟର ବିଷୟରେ ବିଶେଷ ଜ୍ଞାନ ନଥିବାରୁ ମନ୍ତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ।

Related story