୮ଟି କଣ୍ଟେନରରେ ହେଉଥିଲା ଗୋରୁ ଚାଲାଣ, ମାଡ଼ି ବସିଲା ପୁଲିସ

ଜଳେଶ୍ୱର(ଅଜିତ ଦାସ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋରୁ ଚୋରା ଚାଲାଣ। ଅଧାବାଟରେ ମାଡ଼ି ବସିଲା ପୁଲିସ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ। ପୁଲିସ ୮ଟି କଣ୍ଟେନରକୁ ଜବତ କରିବା ସହ ସେଥିରୁ ୮୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି। ପଶ୍ଚିମବଙ୍ଗକୁ ଲକ୍ଷ୍ମଣନାଥ ଟୋଲଗେଟ୍ ଦେଇ ଗୋରୁ ଚାଲାଣ ହେଉଥିବା ଜଳେଶ୍ୱର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି  ବିଳମ୍ବିତ ରାତିରେ ପୁଲିସ ସେଠାରେ ଛକି ରହିଥିଲା। ଗୋରୁ […]

jalaswer

  • Published: Saturday, 05 November 2022
  • , Updated: 05 November 2022, 08:43 AM IST

ଜଳେଶ୍ୱର(ଅଜିତ ଦାସ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋରୁ ଚୋରା ଚାଲାଣ। ଅଧାବାଟରେ ମାଡ଼ି ବସିଲା ପୁଲିସ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ। ପୁଲିସ ୮ଟି କଣ୍ଟେନରକୁ ଜବତ କରିବା ସହ ସେଥିରୁ ୮୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି।

ପଶ୍ଚିମବଙ୍ଗକୁ ଲକ୍ଷ୍ମଣନାଥ ଟୋଲଗେଟ୍ ଦେଇ ଗୋରୁ ଚାଲାଣ ହେଉଥିବା ଜଳେଶ୍ୱର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି  ବିଳମ୍ବିତ ରାତିରେ ପୁଲିସ ସେଠାରେ ଛକି ରହିଥିଲା। ଗୋରୁ ବୋଝେଇ କଣ୍ଟେନର ଗୁଡ଼ିକ ଲକ୍ଷ୍ମଣନାଥ ଟୋଲଗେଟ୍ ଦେଇ ଗଲାବେଳେ ପୁଲିସ ସେଗୁଡିକ ଅଟକାଇଥିଲା। ପୁଲିସ ୫ଟି କଣ୍ଟେନକୁ ଜବତ କରିଥିଲା।  

 ପୁଲିସ ଚକମା ଦେଇ ଆଉ ୩ଟି ଗୋରୁ ବୋଝେଇ କଣ୍ଟେନର ଖସି ପଳାଇକୁ ଉଦ୍ୟମ କରିଥିଲେ। ପୁଲିସ ତାଙ୍କ ପିଛା କରି ଡେଲି ଗୋପୀନାଥ ଗାଁ ନିକଟରୁ ଏହି ୩ଟି କଣ୍ଟେନରଙ୍କୁ ଜବତ କରିଥିଲା। ପୁଲିସ ୮ଟି କଣ୍ଟେନରରୁ  ୮୦୦ରୁ ଅଧିକ ଗୋରୁ ଜବତ କରିଥିଲା। ପୁଲିସ ୪ଜଣ  କଣ୍ଟେନର ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଅନ୍ୟମାନେ ପୁଲିସକୁ ଚମକା ଦେଇ ଖସି ପଳାଇଥିଲେ। ଜଳେଶ୍ୱର ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ମାନଙ୍କୁ ପଚରାଉଚରା କରୁଛି।

 

 

 

Related story