ତିତ୍‌ଲି ନେଇଗଲା ୮ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ଆସିଥିବା ବାତ୍ୟା ତିତ୍‌ଲି ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ତାଣ୍ଡବ ମଚାଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ସେହିପରି ବନ୍ୟା ଯୋଗୁ କିଛି ନଦୀରେ ବନ୍ୟା ମଧ୍ୟ ଆସିଛି। ତେବେ ଏହି ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତକମାନେ ବିଜୟନଗରମ୍ ଏବଂ ଶ୍ରୀକାକୁଲମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରର ଏହି ଦୁଇ ଜିଲ୍ଲାରେ ପ୍ରବଳ […]

nn

Tapas Behera
  • Published: Thursday, 11 October 2018
  • , Updated: 11 October 2018, 07:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ଆସିଥିବା ବାତ୍ୟା ତିତ୍‌ଲି ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ତାଣ୍ଡବ ମଚାଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ସେହିପରି ବନ୍ୟା ଯୋଗୁ କିଛି ନଦୀରେ ବନ୍ୟା ମଧ୍ୟ ଆସିଛି।

ତେବେ ଏହି ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତକମାନେ ବିଜୟନଗରମ୍ ଏବଂ ଶ୍ରୀକାକୁଲମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରର ଏହି ଦୁଇ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି ହୋଇଛି ।

ସେହିପରି ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ସେହିଭଳି ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାର ଗ୍ରାମାଞ୍ଚଳ ସହ ସହରର ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

Related story