ହାଇଦର ଫେରାର ମାମଲାରେ ୮ ଜଣଙ୍କୁ ଉଠାଇଲା ପୁଲିସ, ସେଥିରେ ଅଛନ୍ତି ୩ ଯୁବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲ୍‌ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ୮ ଜଣଙ୍କୁ ଉଠାଇ ଆଣିଲା ପୁଲିସ। ହାଇଦର ଗିରଫ ପରେ ସେମାନଙ୍କୁ ପୁଲିସ ଉଠାଇଥିବା ଜଣାପଡ଼ିଛି। ସେମାନଙ୍କ ପଚରାଉଚରା କରୁଛି। ୮ ଜଣଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି। ହାଇଦର ସହ ଏମାନେ ନିୟମିତ ଯୋଗସୂତ୍ରରେ ଥିଲେ। ଫେରାର ହେବା ବେଳେ ହାଇଦରକୁ ଏମାନେ ସହାୟତା କରିଥିବା ଅଭିଯୋଗ ହେଉଛି। ଗତ ୧୦ ତାରିଖରେ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ହାଇଦର ଫେରାର […]

Police

Police

Manoranjan Sial
  • Published: Friday, 16 April 2021
  • Updated: 16 April 2021, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲ୍‌ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ୮ ଜଣଙ୍କୁ ଉଠାଇ ଆଣିଲା ପୁଲିସ। ହାଇଦର ଗିରଫ ପରେ ସେମାନଙ୍କୁ ପୁଲିସ ଉଠାଇଥିବା ଜଣାପଡ଼ିଛି। ସେମାନଙ୍କ ପଚରାଉଚରା କରୁଛି। ୮ ଜଣଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି। ହାଇଦର ସହ ଏମାନେ ନିୟମିତ ଯୋଗସୂତ୍ରରେ ଥିଲେ। ଫେରାର ହେବା ବେଳେ ହାଇଦରକୁ ଏମାନେ ସହାୟତା କରିଥିବା ଅଭିଯୋଗ ହେଉଛି।

ଗତ ୧୦ ତାରିଖରେ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ହାଇଦର ଫେରାର ହୋଇଯାଇଥିଲା। ହାଇଦର ଫେରାର ହେବାର ପ୍ରାୟ ଦୁଇ ଘଣ୍ଟା ପରେ ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ ସୀମା ସିଲ୍‌ କରିଥିଲା ‘ଅପରେଶନ୍‌ ହାଇଦର’। ଏଥି ସହ ପଡ଼ୋଶୀ ରାଜ୍ୟର ସହଯୋଗ ଲୋଡ଼ିଥିଲା ଓଡ଼ିଶା ପୁଲିସ। ଏଥିସହ ହାଇଦରକୁ ଗିରଫ କରିବା ପାଇଁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ ହୋଇଥିଲା। ଗୋଟିଏ ଟିମ୍‌ ପଶ୍ଚିମବଙ୍ଗ ଯାଇଥିଲା ବେଳେ ଆଉ ଦୁଇଟି ଟିମ୍‌ ଝାରଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଯାଇଥିଲା।

ଗତକାଲି ହାଇଦର ଆନ୍ଧ୍ରପ୍ରଦେଶର ସହର ନିକଟ ସଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ସ୍ୱତନ୍ତ୍ର ସ୍କ୍ୱାଡ ମାଡ଼ି ବସିଥିଲା। ପରେ ତେଲେଙ୍ଗାନା ପୁଲିସ ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲା। ଆଜି ଓଡ଼ିଶା ପୁଲିସ ହାଇଦରକୁ ବିମାନରେ ହାଇଦ୍ରାବାଦରୁ ଭୁବନେଶ୍ୱର ଆଣିଥିଲା। ପରେ ତାକୁ କଟକ ନେଇ ଜେରା କରୁଛି।

ପୂର୍ବରୁ ଏହି ଘଟଣାରେ ୬ ଜଣ ପୁଲିସ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି।

୨୦୦୫ ମସିହାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦର ସମେତ ସାତ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୪ ମସିହାରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍‌ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା।

୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା। ପରେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ କଟକ ବଡ଼ ମେଡିକାଲ୍‌କୁ ଚିକିତ୍ସା ହେବା ପାଇଁ ଆସିଥିଲା। ଏଠାକୁ ଆସିବାର ୧୭ ଦିନ ପରେ ଚମ୍ପଟ ମାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story