ଜଳିଗଲା ୮ ବଖରା ଘର

ସୋନପୁର (ରବି ନାରାୟଣ ହୋତା): ସୁବର୍ଣ୍ଣପୁର ଜିଲ୍ଲା ରେଙ୍ଗାଲୀ ପଞ୍ଜାୟତର ରାଏପାଲି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୮ ବଖରା ଘର ପୋଡ଼ି ଯାଇଛି। ଘରର ସବୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଆଜି ଭୋରରେ ଏହି ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇସାରିଥିଲା। ଖଲିଆପାଲି ରାଜସ୍ୱ ନିରୀକ୍ଷକ […]

555

Jitendra Garnayak
  • Published: Thursday, 28 February 2019
  • , Updated: 28 February 2019, 11:12 AM IST

ସୋନପୁର (ରବି ନାରାୟଣ ହୋତା): ସୁବର୍ଣ୍ଣପୁର ଜିଲ୍ଲା ରେଙ୍ଗାଲୀ ପଞ୍ଜାୟତର ରାଏପାଲି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୮ ବଖରା ଘର ପୋଡ଼ି ଯାଇଛି। ଘରର ସବୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ଆଜି ଭୋରରେ ଏହି ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇସାରିଥିଲା।

ଖଲିଆପାଲି ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

Related story