ଜାଲ୍ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ଏଣ୍ଟ୍ରି କରିଛନ୍ତି ୮ ଛାତ୍ରଛାତ୍ରୀ, ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଓଡ଼ିଶାର ଏକ ଆଗଧାଡ଼ିର କଲେଜ ହୋଇଥିବା ବେଳେ ଏଥିରେ ଏକ ସିଟ୍‌ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗେ ପ୍ରତିଯୋଗିତା। ଏହି କଲେଜରେ ପଢ଼ିବାକୁ ବହୁ କଷ୍ଟ ସ୍ୱୀକାର କରୁଥିବା ମେଧାବୀ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଥିବା ବେଳେ ଜାଲ୍‌ ସାଟିଫିକେଟ ଜରିଆରେ ଅନାୟସରେ ମିଳୁଛି ଆଡମିଶନ । ଗତ ୩ ବର୍ଷରେ  ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଏହି କଲେଜରେ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି । […]

bjb-college

Niharika Rout
  • Published: Tuesday, 05 April 2022
  • , Updated: 05 April 2022, 01:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଓଡ଼ିଶାର ଏକ ଆଗଧାଡ଼ିର କଲେଜ ହୋଇଥିବା ବେଳେ ଏଥିରେ ଏକ ସିଟ୍‌ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗେ ପ୍ରତିଯୋଗିତା। ଏହି କଲେଜରେ ପଢ଼ିବାକୁ ବହୁ କଷ୍ଟ ସ୍ୱୀକାର କରୁଥିବା ମେଧାବୀ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଥିବା ବେଳେ ଜାଲ୍‌ ସାଟିଫିକେଟ ଜରିଆରେ ଅନାୟସରେ ମିଳୁଛି ଆଡମିଶନ ।

ଗତ ୩ ବର୍ଷରେ  ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଏହି କଲେଜରେ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି । ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି  ।

ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ   ।

Related story