ମାରି ନେଇଗଲେ ମିଲର, ଏବେ ଠିପି ବନ୍ଦ

Ordigital Desk
  • Published: Tuesday, 02 January 2018
  • , Updated: 02 January 2018, 04:43 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱଳ୍ପ ବୃଷ୍ଟିପାତ, ଚକଡ଼ା ପୋକ ଓ ଅମଳ ସମୟରେ ଅଦିନିଆବର୍ଷା ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏହା ସତ୍ତ୍ୱେ ଚଳିତବର୍ଷ, ଗତବର୍ଷ ଅପେକ୍ଷା ୩୦ ପ୍ରତିଶତ ଅଧିକ ଧାନ କ୍ରୟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ଲକ୍ଷ ୩୨ ହଜାର ୨୫୭ କ୍ୱିଣ୍ଟାଲ ଧାନ କିଣା ସରିଲାଣି। ତେବେ ୮୧ ଜଣ ମିଲର ଚାଉଳ ଫେରାଇନଥିବାରୁ ଧାନ ଯୋଗାଣ ବନ୍ଦ ରଖାଯାଇଛି।</p> <p>ପଶ୍ଚିମ ଓଡ଼ିଶାରେ ଧାନ ଅମଳ ଆଗୁଆ ହୋଇଯାଇଥିଲା। ସେଥିପାଇଁ ସେହି ଅଞ୍ଚଳରେ ଧାନ କ୍ରୟ ଆଗରୁ ଆରମ୍ଭ ହୋଇଥିଲା। ଏବେ ଉପକୂଳ ଓଡ଼ିଶା ଧାନ କିଣା ଆରମ୍ଭ ହେଲାଣି। ବହୁ ମଣ୍ଡିରେ ଧାନ କିଣା ଚାଲିଛି। ଚଳିତବର୍ଷ ରାଜ୍ୟରେ ୨ ଲକ୍ଷ ୩୨ ହଜାର ୭୫ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଧାନ କ୍ରୟରେ ୭୫୦ ମିଲର ଭାଗ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ ୭୨ ହଜାର ୮୮ ମେଟ୍ରିକ୍&zwnj; ଟନ୍&zwnj; ଧାନ କ୍ରୟ ହୋଇଛି। ଏହାଛଡ଼ା ମାର୍କଫେଡ୍&zwnj; ଓ ଯୋଗାଣ ବିଭାଗ ପ୍ରମୁଖ ମଧ୍ୟ ଧାନ କିଣିଛନ୍ତି। ଖରିଫ୍&zwnj; ଋତୁରେ ମୋଟ୍&zwnj; ୧୪ ଲକ୍ଷ ୩୨ ହଜାର ୨୫୭ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ଏନେଇ ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।</p> <p>ସେ କହିଛନ୍ତି-&ldquo;ମିଲରମାନେ ଧାନ କିଣିବାର ଦୁଇ ମାସ ମଧ୍ୟରେ ଚାଉଳ ଫେରାଇବେ। ଯୋଗାଣ ଅଧିକାରୀମାନେ ନିୟମିତ ମିଲ୍&zwnj; ଯାଇ ଚାଉଳ ମାନ ଯାଞ୍ଚ କରିବେ। କୌଣସି ପରିସ୍ଥିତିରେ ସେମାନେ ପାଖରେ ଚାଉଳ ରଖିପାରିବେ ନାହିଁ। ରାଜ୍ୟ ସରକାରଙ୍କ ଏହି ନିୟମକୁ ୮୧ ଜଣ ମିଲର ଉଲ୍ଲଂଘନ କରିଛନ୍ତି। ସେଥିପାଇଁ ନିୟମ ଉଲ୍ଲଂଘନ କରିଥିବା ମିଲରମାନଙ୍କୁ ଧାନ ଯୋଗାଣ ବନ୍ଦ ରଖାଯାଇଛି।&rdquo;</p> <p>ସେ କହିଛନ୍ତି-&ldquo;ଗତବର୍ଷ ଅପେକ୍ଷା ୩୦% ଧାନ ସଂଗ୍ରହ ହୋଇଛି। ଗତବର୍ଷ ୫୬ ଲକ୍ଷ ଟନ୍&zwnj; ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ୭୦ ଲକ୍ଷ ଟନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଧାନ ଅମଳ ଶେଷ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ।&rdquo;</p>

Related story