‘ଗଞ୍ଜାମରେ ୮୨% ଗାଁ ଏବେ ବି ଗ୍ରୀନ ଜୋନ୍‌ରେ‌’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୪,୬୨୧ରେ ପହଞ୍ଚିଛି। ସେପରି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମରେ ଏହି ସଂଖ୍ୟା ୪୬ ଛୁଇଁଛି। ତେବେ, ଗଂଜାମ ଜିଲ୍ଲାର ୮୨% ଗାଁ ଏବେ ବି ଗ୍ରୀନ ଜୋନ୍‌ରେ‌ ଥିବା କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଜିଲ୍ଲାର ୮୨% […]

corona-11

Niharika Rout
  • Published: Wednesday, 15 July 2020
  • , Updated: 15 July 2020, 01:45 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୪,୬୨୧ରେ ପହଞ୍ଚିଛି। ସେପରି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମରେ ଏହି ସଂଖ୍ୟା ୪୬ ଛୁଇଁଛି।

ତେବେ, ଗଂଜାମ ଜିଲ୍ଲାର ୮୨% ଗାଁ ଏବେ ବି ଗ୍ରୀନ ଜୋନ୍‌ରେ‌ ଥିବା କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଜିଲ୍ଲାର ୮୨% ଗାଁରେ କେହି କରୋନା ଆକ୍ରାନ୍ତ ନାହାନ୍ତି। ଆକ୍ରାନ୍ତ ରହିଥିବା ବାକି ୧୮% ଗାଁକୁ ରେଡ୍ ଜୋନ୍ କରାଯାଇଛି। ସହରାଞ୍ଚଳ ଏବଂ ସଂପୃକ୍ତ ୧୮% ଗାଁକୁ ଅଧିକ ଫୋକସ କରାଯାଉଛି। ଏବେ ସହରାଞ୍ଚଳରେ ସ୍କ୍ରିନିଂ ଚାଲିଛି, କାଲିଠାରୁ ଗ୍ରାମାଞ୍ଚଳରେ ସ୍କ୍ରିନିଂ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର  ୫ଜଣ ଓଏଏସ୍ ଅଧିକାରୀ ଏବଂ ୩୨ଜଣ ଓଡ଼ିଶା ରାଜସ୍ୱ ସେବାର ଅଫିସରଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି ।  ସଂପୃକ୍ତ ଅଧିକାରୀଙ୍କୁ ଟାର୍ଗେଟ ଅନୁସାରେ କାମ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ବ୍ଲକ, NAC, ହସ୍ପିଟାଲ ଆଦିରେ ସଂପୃକ୍ତ ଅଧିକାରୀଙ୍କୁ ନିୟୋଜନ କରାଯିବ। ଟାର୍ଗେଟ ରଖି କାମ ଦିଆଯିବ, ଟାର୍ଗେଟ ପୂରଣ ଅନୁସାରେ ଦକ୍ଷତା ମାର୍କିଂ କରାଯିବ। ଗଂଜାମରେ ସ୍ଥିତି ସୁଧାରିବାରେ ଏହା ସହାୟକ ହେବ କହିଲେ ଜିଲ୍ଲାପାଳ।

ସୂଚନାଯୋଗ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ  ଜାରି ବିଜ୍ଞପ୍ତି ଅନୁସାରେ ବଲାଙ୍ଗିର ଡେପୁଟି କଲେକ୍ଟର ସରୋଜ କୁମାର ରାଉତ, ବୌଦ୍ଧ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଝାରସୁଗୁଡ଼ା ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝୀ, କନ୍ଧମାଳ ଡେପୁଟି କଲେକ୍ଟର ଜଗଦୀଶ ଷଡ଼ଙ୍ଗୀ ଓ ଲହୁଣିପଡ଼ା ତହସିଲଦାର ଆଲୋକ କୁମାର ଦେହୁରୀଙ୍କୁ ଗଞ୍ଜାମ ପଠାଯାଇଛି।    ଏହି ଅଫିସରମାନେ ସେଠାରେ କରୋନା ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ସେହିପରି ଓଡ଼ିଶା ରାଜସ୍ୱ ସେବାର ୩୨ଜଣ ଅଫିସରଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି।

Related story