ରାଉରକେଲା(ପବନ ତିୱାରୀ): ରାଜ୍ୟରେ ନୂଆ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ ଜିଲ୍ଲାରୁ ୮୩ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ରେ ପହଞ୍ଚିଲାଣି ।
at BPUT, 4 are COVID warriors at BPUT, 3 pregnant woman (vulnerable people testing), 2 are local contacts. pic.twitter.com/1Tk5NJymS3
— District Sundargarh (@DMSundargarh) July 9, 2020
ଜିଲ୍ଲାରୁ ଚିହ୍ନଟ ୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଟିଏମସିରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ରାଜ୍ୟରୁ ରାଉରକେଲା ଫେରନ୍ତାଙ୍କ ମଧ୍ୟରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ୨୨ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ୩ଜଣ ହୋମ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି। ଏହି ୩ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ମିଳିଛି
ସୁନ୍ଦରଗଡ଼ ଜିଲ୍ଲାର ୫୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଆକ୍ଟିଭ କେସ୍ ଥିବା ବେଳେ ୧୮୫ ଜଣ ସୁସ୍ଥ ହୋଇ ସାରିଲେଣି। କରୋନା ଯୋଗୁ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଛି।