ସରକାରୀ ପେନସନରୁ ବଂଚିତ ୮୫ବର୍ଷୀୟ କର୍ମଚାରୀଙ୍କ ଉତ୍କଳ ଦିବସରେ ଆତ୍ମହତ୍ୟା ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରୁ ୧୯୯୭ ଜୁନ୍ ମାସରୁ ଅବସର ନେଇଥିବା ମୟୂରଭଞ୍ଜ ବାରିପଦାର ପ୍ରବୀର ଚନ୍ଦ୍ର ମହାପାତ୍ର ପେନସନ୍ ପାଇବାରୁ ବଂଚିତ ହୋଇ ଆସନ୍ତା ଉତ୍କଳ ଦିବସରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କ୍ୟାପିଟାଲ ଥାନାକୁ ଲିଖିତ ଭାବେ ଅବଗତ କରାଇଛନ୍ତି। ସରକାରୀ ଚାକିରିରୁ ଅବସର ଦିନ ହିଁ ପେନସନ ଦେବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାର ନିଜର ଜଣେ କର୍ମଚାରୀଙ୍କୁ ୨୨ବର୍ଷ ଧରି […]

Letter to CM

Letter to CM

Ordigital Desk
  • Published: Tuesday, 30 March 2021
  • Updated: 31 March 2021, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରୁ ୧୯୯୭ ଜୁନ୍ ମାସରୁ ଅବସର ନେଇଥିବା ମୟୂରଭଞ୍ଜ ବାରିପଦାର ପ୍ରବୀର ଚନ୍ଦ୍ର ମହାପାତ୍ର ପେନସନ୍ ପାଇବାରୁ ବଂଚିତ ହୋଇ ଆସନ୍ତା ଉତ୍କଳ ଦିବସରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କ୍ୟାପିଟାଲ ଥାନାକୁ ଲିଖିତ ଭାବେ ଅବଗତ କରାଇଛନ୍ତି। ସରକାରୀ ଚାକିରିରୁ ଅବସର ଦିନ ହିଁ ପେନସନ ଦେବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାର ନିଜର ଜଣେ କର୍ମଚାରୀଙ୍କୁ ୨୨ବର୍ଷ ଧରି ପେନସନରୁ କିଭଳି ବଂଚିତ ରଖିଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୮୫ବର୍ଷୀୟ ଶ୍ରୀ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେ ୩୫ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଭାବେ କାର୍ଯ୍ୟ କରି ସାନିଟାରୀ ଇନ୍ସପେକ୍ଟର ଭାବେ ୧୯୯୭ ଜୁନ୍ ମାସରେ ଅବସର ନେଇଥିଲେ। ଅବସର ପରେ ତାଙ୍କୁ ପ୍ରୋଭିଜିନାଲ ପେନସନ୍ ମିଳିଥିଲା, କିନ୍ତୁ ତାହା ତ୍ରୁଟିପୂର୍ଣ୍ଣ ଥିଲା। ପେନସନ୍ ହିସାବରେ ତ୍ରୁଟି ଥିବାରୁ ସେ ବିଭିନ୍ନ ସମୟରେ ଟ୍ରିବ୍ୟୁନାଲ, ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ବିଭିନ୍ନ ପଦାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ ସେହି ତ୍ରୁଟି ନସୁଧରିବାରୁ ସେ ପ୍ରତିବାଦସ୍ୱରୂପ ୨୦୧୬ ମସିହା ପରଠୁ ଏହି ପେନସନ୍ ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ଏହାପରେ ବିଭାଗ ପକ୍ଷରୁ ତାଙ୍କର ପେନସନ୍ ସଂକ୍ରାନ୍ତରେ ୩ଥର ଅଡିଟ୍ ହୋଇ ତାଙ୍କୁ ତାଙ୍କର ପ୍ରାପ୍ୟ ଦେବା ପାଇଁ ତତକାଳୀନ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତା’ ସତ୍ତ୍ୱେ ତାଙ୍କୁ ଏପର୍ଯ୍ୟନ୍ତ ସଂଶୋଧିତ ପ୍ରୋଭିଜିନାଲ ପେନସନ୍ ମିଳିପାରିନି।

ତାଙ୍କୁ ଏବେ ୮୫ବର୍ଷ ବୟସ ହୋଇଥିବାବେଳେ ସେ ହାର୍ଟ ଓ ଫୁସଫୁସଜନିତ ରୋଗରେ ପୀଡ଼ିତ ହୋଇ ଗତ ଦୁଇବର୍ଷ ଧରି ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଏବେ ସେ ନିଜର ଫାଇନାଲ ପେନସନ ପାଇଁ ଚାହିଁ ବସିଥିବାବେଳେ ଏପର୍ଯ୍ୟନ୍ତ ତାଙ୍କୁ ସଂଶୋଧିତ ପ୍ରୋଭିଜିନାଲ ପେନ୍‌ସନ୍ ମଧ୍ୟ ମିଳୁନାହିଁ। ସେ ଏନେଇ ତାଙ୍କର ପେନସନ୍ ଚୂଡ଼ାନ୍ତକାରୀ ଅଫିସ୍ ‘ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ’ଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ନିରାଶ ହୋଇଛନ୍ତି।

ଏପରିକି ତାଙ୍କର ଅଭିଯୋଗ ଉପରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ଅଡିଟ୍ ବିଭାଗ ୨୦୧୬ ଅଗଷ୍ଟ ୨୩, ୨୦୧୬ ନଭେମ୍ବର ୨୬ ଓ ୨୦୧୩ ମାର୍ଚ୍ଚରେ ଅର୍ଥ ବିଭାଗର ଅଧିକାରୀମାନେ ଅଡିଟ୍ କରି ପେନସନରେ ଥିବା ତ୍ରୁଟିକୁ ସଂଶୋଧନ କରିବାକୁ ସୁପାରିଶ୍ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ସଂଶୋଧିତ ପେନସନ ମିଳିପାରିନି ।

ଏବେ ଚିକିତ୍ସା ପାଇଁ ତାଙ୍କୁ ଅର୍ଥର ଆବଶ୍ୟକତା ଥିବାବେଳେ ସରକାର ତାଙ୍କୁ ସଂଶୋଧିତ ପେନସନ ଦେଉନଥିବାରୁ ସେ ଆସନ୍ତା ଉତ୍କଳ ଦିବସରେ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିବା କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ଘର ବାରିପଦାର ହୋଇଥିଲେ ମଧ୍ୟ ଏବେ କଳିଙ୍ଗନଗରରେ ରହୁଛନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story