ବିନା ଖାତା ଦେଖାରେ ୮୭ ଛାତ୍ରୀ ପାସ୍

ଆସିକା(ମନୋଜ ମୁନି): ବାର୍ଷିକ ପରୀକ୍ଷା ଖାତା ଦେଖା ହୋଇନି। ହେଲେ ୮୭ ଜଣ ଛାତ୍ରୀ ପାସ୍ ହୋଇଛନ୍ତି। ଏଭଳି ଅନିୟମିତତା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଗାର୍ଲସ ହାଇସ୍କୁଲରେ। ଏଥିପାଇଁ ହାଇସ୍କୁଲର ଇନଚାର୍ଜ ହେଡମାଷ୍ଟର ସମୀରକାନ୍ତ ତ୍ରିପାଠୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ବିଦ୍ୟାଳୟର ଅନ୍ୟ ୩ ଶିକ୍ଷକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗତ ବୁଧବାର ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଅଚାନକ ପାଟପୁର […]

student

Jyoshna Pradhan
  • Published: Friday, 23 August 2019
  • , Updated: 23 August 2019, 02:44 PM IST

ଆସିକା(ମନୋଜ ମୁନି): ବାର୍ଷିକ ପରୀକ୍ଷା ଖାତା ଦେଖା ହୋଇନି। ହେଲେ ୮୭ ଜଣ ଛାତ୍ରୀ ପାସ୍ ହୋଇଛନ୍ତି। ଏଭଳି ଅନିୟମିତତା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଗାର୍ଲସ ହାଇସ୍କୁଲରେ। ଏଥିପାଇଁ ହାଇସ୍କୁଲର ଇନଚାର୍ଜ ହେଡମାଷ୍ଟର ସମୀରକାନ୍ତ ତ୍ରିପାଠୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି।

ଏହି ଘଟଣାରେ ବିଦ୍ୟାଳୟର ଅନ୍ୟ ୩ ଶିକ୍ଷକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗତ ବୁଧବାର ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଅଚାନକ ପାଟପୁର ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିଥିଲେ। ଡିଇଓ ସ୍କୁଲରେ ପହଞ୍ଚିବା ବେଳକୁ ଇନଚାର୍ଜ ହେଡମାଷ୍ଟର ସମୀରକାନ୍ତ ତ୍ରିପାଠୀ, କ୍ଲର୍କ ଆର. ଦ୍ରୌପଦୀ ଅନୁପସ୍ଥିତ ଥିଲେ। ସେଠାରେ ଡିଇଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଆଲୋଚନା ବେଳେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାର ମାର୍କ ସିଟ୍ ମିଳି ନଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକ ନଥିବାରୁ ଡିଇଓ ଅନ୍ୟ ଶିକ୍ଷକଙ୍କୁ ପଚାରିଥିଲେ। ତେବେ କେହି ସନ୍ତୋଷଜନକ ଉତ୍ତର ନଦେବାରୁ ଡିଇଓ ଆଲମିରା ଯାଞ୍ଚ କରି ଦେଖିଥିଲେ ଯେ ବାର୍ଷିକ ପରୀକ୍ଷା ଖାତା ଦେଖା ହୋଇନାହିଁ। ହେଲେ ନବମ ଶ୍ରେଣୀର ୮୭ ଜଣ ଛାତ୍ରୀ ପାସ୍ ହୋଇ ପ୍ରାୟ ୫ ମାସ ହେବ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ଏହାପରେ ଦାୟିତ୍ୱରେ ଥିବା  ପ୍ରଧାନଶିକ୍ଷକ ସମୀରକାନ୍ତ ତ୍ରିପାଠୀଙ୍କୁ ଡିଇଓ ନିଲମ୍ବନ କରିଥିଲେ।

Related story