ଅଷ୍ଟମ ଶ୍ରେଣୀ ଛାତ୍ରକୁ ଅଶ୍ଲୀଳ ଭିଡ଼ିଓ ଦେଖିବାକୁ ବାଧ୍ୟ କରାଯାଉଛି !

ନବରଙ୍ଗପୁର (ନବଘନ ବିଷୋୟୀ): ଆବାସିକ ସ୍କୁଲ୍‌ ହଷ୍ଟେଲ୍‌ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଦିଆଯାଉଛି ନିର୍ଯାତନା। ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରାଯାଉଛି। ଭିଡିଓ ନଦେଖିଲେ, ଦିଆଯାଉଛି ଅକଥନୀୟ ନିର୍ଯାତନା। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ନିର୍ଯାତନାରେ ଶିକାର ହୋଇଥିବା ଛାତ୍ରଙ୍କ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଖୋଳତାଡ ଆରମ୍ଭ କରିଛି। ଡାବୁଗାଁ ସହର ପପୁ(ଛଦ୍ମନାମ) ଉମରକୋଟରେ ଏକ ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ। […]

Nude Mobile Call

Nude Mobile Call

Manoranjan Sial
  • Published: Wednesday, 24 August 2022
  • Updated: 25 August 2022, 10:41 AM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ଆବାସିକ ସ୍କୁଲ୍‌ ହଷ୍ଟେଲ୍‌ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଦିଆଯାଉଛି ନିର୍ଯାତନା। ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରାଯାଉଛି। ଭିଡିଓ ନଦେଖିଲେ, ଦିଆଯାଉଛି ଅକଥନୀୟ ନିର୍ଯାତନା। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ନିର୍ଯାତନାରେ ଶିକାର ହୋଇଥିବା ଛାତ୍ରଙ୍କ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଖୋଳତାଡ ଆରମ୍ଭ କରିଛି।

ଡାବୁଗାଁ ସହର ପପୁ(ଛଦ୍ମନାମ) ଉମରକୋଟରେ ଏକ ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ। ସେ ପ୍ରାୟ ୩ ମାସ ଧରି ସ୍କୁଲ ହଷ୍ଟେଲ୍‌ରେ ରହୁଥିଲେ। ତାଙ୍କ ରୁମ୍‌ରେ ଆଉ ୫ ଜଣ ସହପାଠୀ ରହୁଥିଲେ। ସେମାନେ ତାଙ୍କୁ ସର୍ବଦା ରାଗିଙ୍ଗ କରୁଥିଲେ। ରୁମ୍‌ରେ ସେମାନେ ସିଗାରେଟ୍‌ ଟାଣୁଥିଲେ। ଗୁଟ୍‌ଖା ଖାଇ ପପୁଙ୍କ ଡ୍ରେସ୍‌ରେ ଛେପ ପକାଉଥିବା ଅଭିଯୋଗ ହୋଇଛି। ଏଥିସହ ସେହି ୫ ସହପାଠୀ ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ଦେଖୁଥିଲେ। ସେହି ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ପପୁଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ପପୁ ହଷ୍ଟେଲ୍‌ ୱାର୍ଡନଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର କିଛି ଲାଭ ମିଳିନଥିଲା। ଯେଉଁଥିପାଇଁ ପପୁ ଡିପ୍ରେସନରେ ରହୁଥିବା ପରିବାର ଲୋକ ଥାନାରେ କରିଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି।

ଗତ ଶନିବାର ୱାର୍ଡନଙ୍କ ଫୋନ୍‌ରୁ ପପୁ ଘରକୁ ଫୋନ୍‌ କରିଥିଲେ। ସେ ତାଙ୍କ ମାଆଙ୍କ ସହିତ କଥା ହେଲା ବେଳେ ହଷ୍ଟେଲ୍‌ରେ ଦିଆଯାଉଥିବା ନିର୍ଯାତନା ବିଷୟରେ କହିଥିଲେ। ଏହା ପରେ ପରିବାର ଲୋକେ ସ୍କୁଲ ଯାଇ ପପୁଙ୍କୁ ଘରକୁ ନେଇ ଆସିଥିଲେ। ଘରକୁ ଆସିଲା ପରେ ମଧ୍ୟ ପପୁ ସ୍ୱଭାବିକ ସ୍ଥିତିକୁ ଫେରିପାରୁ ନାହାନ୍ତି। ସବୁବେଳେ ଗୁମ୍‌ ସୁମ୍‌ ହୋଇ ରହୁଥିଲେ। ପୁଅର ଏପରି ଅବସ୍ଥା ଦେଖି ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ପପୁଙ୍କ ବାପା ଆଜି ଏନେଇ  ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସ୍କୁଲରେ ଦିଆଯାଉଥିବା ନିର୍ଯାତନା ନେଇ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos