ଗାଧୋଇବା ବେଳେ ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗାଧୋଇବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଆଜି ଏପରି ଦୁଃଖଦ ଘଟଣା ରାଉରକେଲାରେ ଘଟିଛି। ବ୍ରହ୍ମଣୀ ନଦୀ ଉପରେ ଥିବା ତରକେରା ଡ୍ୟାମରେ ଗାଧୋଇବା ବେଳେ ଉଦିତନଗର ହାଇସ୍କୁଲ ଛାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର ଆଶିଷ ବଡାଇକ ନିଖୋଜ ହୋଇଛନ୍ତି। ଆଜି ପୂର୍ବାହ୍ନରେ ଆଶିଷ ବଡାଇକ ଓ ତାଙ୍କର ୩ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲା। ଗାଧୋଇବା ବେଳେ ପାଣି ସୁଅରେ ୪ […]

rkl

Manoranjan Sial
  • Published: Thursday, 07 November 2019
  • , Updated: 07 November 2019, 09:58 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗାଧୋଇବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଆଜି ଏପରି ଦୁଃଖଦ ଘଟଣା ରାଉରକେଲାରେ ଘଟିଛି। ବ୍ରହ୍ମଣୀ ନଦୀ ଉପରେ ଥିବା ତରକେରା ଡ୍ୟାମରେ ଗାଧୋଇବା ବେଳେ ଉଦିତନଗର ହାଇସ୍କୁଲ ଛାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର ଆଶିଷ ବଡାଇକ ନିଖୋଜ ହୋଇଛନ୍ତି।

ଆଜି ପୂର୍ବାହ୍ନରେ ଆଶିଷ ବଡାଇକ ଓ ତାଙ୍କର ୩ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲା। ଗାଧୋଇବା ବେଳେ ପାଣି ସୁଅରେ ୪ ସାଙ୍ଗ ଭାସି ଯାଇଥିଲେ। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଶିଷଙ୍କ ପତ୍ତା ମିଳୁନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ରଘୁନାଥପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି।

 

Related story