ବନ୍ଧୁକ ମୁନରେ ୯.୨ ଲକ୍ଷ ଟଙ୍କା ଲୁଟ୍‌, ଗୁଳି ବି ଫୁଟିଛି

ଖଲ୍ଲିକୋଟ/ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ରାଜ୍ୟର ଦୁଇଟି ସ୍ଥାନରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା। ଏମିତିକି ଗୁଳି ବି ଫୁଟିଛି ଓ ଜଣେ ଆହତ ହୋଇଛି। ଗୋଟିଏ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗାଁ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସ୍ୱସ୍ତି ରିସୋର୍ଟର ୩ଜଣ କର୍ମଚାରୀ ଏକ କାର୍‌ରେ […]

firing

firing

Jitendra Garnayak
  • Published: Monday, 28 December 2020
  • Updated: 28 December 2020, 02:07 PM IST

Sports

Latest News

ଖଲ୍ଲିକୋଟ/ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ରାଜ୍ୟର ଦୁଇଟି ସ୍ଥାନରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା। ଏମିତିକି ଗୁଳି ବି ଫୁଟିଛି ଓ ଜଣେ ଆହତ ହୋଇଛି। ଗୋଟିଏ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗାଁ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସ୍ୱସ୍ତି ରିସୋର୍ଟର ୩ଜଣ କର୍ମଚାରୀ ଏକ କାର୍‌ରେ ୬ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ମୁକ୍ତେଶ୍ଵର ମନ୍ଦିର ନିକଟରେ କଳା ପଲସରରେ ଆସିଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଖଲ୍ଲିକୋଟ ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଛାନଭିନ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ବ୍ରହ୍ମପୁରର ଏକ ୱେବ ଚ୍ୟାନେଲର ଜଣେ ସାମ୍ବାଦିକଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଲଗାତାର ଖଲିକୋଟ ଥାନା ଅଞ୍ଚଳରେ ଏଭଳି ଲୁଟ୍‌କୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ୱର ସଦର ଥାନା ଖାନନଗରରୁ ୩.୨ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଜଣେ ବ୍ୟକ୍ତି ବାଇକ୍‌ରେ ଟଙ୍କା ନେଇ ବ୍ୟାଙ୍କକୁ ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ୩ ଲୁଟେରା ତାଙ୍କ ବାଟ ଓଗାଳି ଥିଲେ। ସେମାନେ ତାଙ୍କ ଉପରକୁ ଗୁଳି କରିଥିଲେ। ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା। ସେ ବାଇକ୍‌ରୁ ପଡ଼ିଯିବା ପରେ ଲୁଟେରାମାନେ ତାଙ୍କ ଟଙ୍କା ଧରି ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos