୯ ଦଫା ଦାବି ନେଇ ଏସାର ଷ୍ଟିଲ୍‌ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ

ପାରାଦୀପ: ପାରାଦୀପରେ ଥିବା ଏସାର ଷ୍ଟିଲ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଆଜି ୯ ଦଫା ଦାବି ନେଇ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା ଦିଆଯାଇଛି। କମ୍ପାନୀର ପ୍ରତିଶ୍ରୁତି ମୁତାବକ ବିସ୍ଥାପିତ ପରିବାରକୁ ଥଇଥାନ, ତାଲିମ ନେଇଥିବା ପିଲାମାନଙ୍କୁ ନିଯୁକ୍ତି, ଅନ୍ୟ ପିଲାମାନଙ୍କୁ ତାଲିମ ପ୍ରଦାନ,ବିସ୍ଥାପିତ ପରିବାରମାନଙ୍କୁ ଠିକା କାମ ଯୋଗାଇ ଦେବା ଏବଂ ପୂର୍ବରୁ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ଭଳି ଦାବିକୁ ନେଇ ସମିତି ପକ୍ଷରୁ ଧାରଣା […]

paradeep

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 01:22 PM IST

ପାରାଦୀପ: ପାରାଦୀପରେ ଥିବା ଏସାର ଷ୍ଟିଲ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଆଜି ୯ ଦଫା ଦାବି ନେଇ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା ଦିଆଯାଇଛି। କମ୍ପାନୀର ପ୍ରତିଶ୍ରୁତି ମୁତାବକ ବିସ୍ଥାପିତ ପରିବାରକୁ ଥଇଥାନ, ତାଲିମ ନେଇଥିବା ପିଲାମାନଙ୍କୁ ନିଯୁକ୍ତି, ଅନ୍ୟ ପିଲାମାନଙ୍କୁ ତାଲିମ ପ୍ରଦାନ,ବିସ୍ଥାପିତ ପରିବାରମାନଙ୍କୁ ଠିକା କାମ ଯୋଗାଇ ଦେବା ଏବଂ ପୂର୍ବରୁ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ଭଳି ଦାବିକୁ ନେଇ ସମିତି ପକ୍ଷରୁ ଧାରଣା ଦିଆଯାଇଛି।

ପୂର୍ବରୁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ତ୍ରିପାକ୍ଷିକ ଆଲୋଚନାରେ ୯ଦଫା ଦାବି ପୁରୁଣ ପାଇଁ ସ୍ଥିର ହୋଇଥିଲେ ମଧ୍ୟ କମ୍ପାନୀ ଏହାକୁ ଏଡ଼େଇ ଚାଲିଛି। ଏହା ସହ ବିସ୍ଥାପିତ ମାନଙ୍କୁ ନିଯୁକ୍ତି ଦେବା ବଦଳରେ ଛଟେଇ କରାଯିବା ସହ ଥଇଥାନ କରିବା ବଦଳରେ  ବିତାଡିତ କରିବାକୁ ଧମକଚମକ ଦେଉଛନ୍ତି ବୋଲି  ସମତି ପକ୍ଷରୁ ଅଭିଯୋଗ ହୋଇଛି। ଦାବି ପୂରଣ ନ ହେବା ଯାଏଁ ଧାରଣା ଯିବ ବୋଲି ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Related story