ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ପିରିୟଡରେ ରାଜଧାନୀର ଭିଆଇପି କଲୋନୀରେ ଥିବା ଏକ ହୋଟେଲରୁ ଜୁଆଆଡ୍ଡା ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ପୁଲିସ୍ ରେଡ୍ କରି ୯ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା ମିଳିଛି ।
ରାଜକୀୟ ଶୈଳୀରେ ଏଠାରେ ହାଇ ପ୍ରୋଫାଇଲ ଜୁଆ ଆଡ୍ଡା ଚାଲିଥିଲା। ହୋଟେଲର ଏକ ସିକ୍ରେଟ ରୁମ୍ରେ ଏପରି ଖେଳ ଚାଲିଥିଲା। ହୋଟେଲ କର୍ମଚାରୀ ସବୁ ସୁବିଧା ଯୋଗାଇ ଦେଉଥିଲେ। ଲକ୍ଡାଉନ୍ ସମୟରେ ମଧ୍ୟ ଏଠାରେ ମଦର ଆସର ଜମୁଥିବା ବେଳେ ଏହା କିପରି ଓ କେଉଁଠୁ ଆସୁଥିଲା ତାହା ସନ୍ଦେହ ଘେରକୁ ଆସିଛି। ହେଲେ ଏଯାଏ ହୋଟେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।