୯ ଉପସଭାପତିଙ୍କ ସମେତ ଅନ୍ୟ ପଦାଧିକାରୀଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳର ବିଭିନ୍ନ ରାଜ୍ୟ ସ୍ତରୀୟ ପଦାଧିକାରୀଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ୯ ଜଣଙ୍କୁ ଦଳର ରାଜ୍ୟ ଉପସଭାପତି କରାଯାଇଥିବା ବେଳେ ୧୦ ଜଣଙ୍କୁ ସାଧାରଣ ସଂପାଦକ କରାଯାଇଛି। ସେହିଭଳି ୧୦ ଜଣ ସଂପାଦକ ଭାବେ ମନୋନୀତ ହୋଇଥିବା ବେଳେ ସୁବାସ ସିଂ ଦଳର କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୯ ଉପସଭାପତି ହେଲେ ଉଷା ଦେବୀ, ହୃଷିକେଶ ନାୟକ, ଦାମୋଦର ରାଉତ, ଏୟୁ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବେଦପ୍ରକାଶ ଅଗ୍ରୱାଲ, ସୂର୍ଯ୍ୟ ପାତ୍ର, […]

bjd-office

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 05:41 PM IST

ଭୁବନେଶ୍ୱର: ବିଜୁ ଜନତା ଦଳର ବିଭିନ୍ନ ରାଜ୍ୟ ସ୍ତରୀୟ ପଦାଧିକାରୀଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ୯ ଜଣଙ୍କୁ ଦଳର ରାଜ୍ୟ ଉପସଭାପତି କରାଯାଇଥିବା ବେଳେ ୧୦ ଜଣଙ୍କୁ ସାଧାରଣ ସଂପାଦକ କରାଯାଇଛି। ସେହିଭଳି ୧୦ ଜଣ ସଂପାଦକ ଭାବେ ମନୋନୀତ ହୋଇଥିବା ବେଳେ ସୁବାସ ସିଂ ଦଳର କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

୯ ଉପସଭାପତି ହେଲେ ଉଷା ଦେବୀ, ହୃଷିକେଶ ନାୟକ, ଦାମୋଦର ରାଉତ, ଏୟୁ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବେଦପ୍ରକାଶ ଅଗ୍ରୱାଲ, ସୂର୍ଯ୍ୟ ପାତ୍ର, ଏନ୍.ଭାସ୍କର ରାଓ ଓ ବିମ୍ବାଧର କୁଅଁର।

ସେହିପରି ୧୦ ସାଧାରଣ ସଂପାଦକ ହେଲେ ସରୋଜିନୀ ହେମ୍ବ୍ରମ, ଦେବୀ ପ୍ରସାଦ ମିଶ୍ର, ବଦ୍ରି ନାରାୟଣ ପାତ୍ର, ପଦ୍ମନାଭ ବେହେରା, ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସୁଦାମ ମାରାଣ୍ଡି, ଦେବାଶିଷ ସାମନ୍ତରାୟ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ପ୍ରଶାନ୍ତ ନନ୍ଦ।

ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଥିବା ୧୦ ନେତା ହେଲେ କନକପ୍ରଭା ଲେଙ୍କା, ପ୍ରଭାତ ରଂଜନ ବିଶ୍ୱାଳ, ଅଶ୍ୱିନ କୁମାର ପାତ୍ର, ପ୍ରଦୀପ କୁମାର ପାଣିଗ୍ରାହୀ,ପ୍ରଣବ ପ୍ରକାଶ ଦାସ, ଝିନ ହିକକା, ରବିନ୍ଦ୍ର କୁମାର ଜେନା, ଅନୁପ ସାଏ, ଅନନ୍ତ ନାରାୟଣ ଜେନା ଓ ପ୍ରିୟଦର୍ଶୀ ମିଶ୍ର।

ବିଜେଡିର ୫ଟି ସାମୁଖ୍ୟର ଆବାହକମାନଙ୍କ ନାମ ବି ଘୋଷଣା କରାଯାଇଛି। ବିଜେଡି ଶ୍ରମିକ ସାମୁଖ୍ୟ ଆବାହାକ ରାଜେନ୍ଦ୍ର ପ୍ରସାଦ ସିଂହ  ହୋଇଥିବା ବେଳେ ସୁଶାନ୍ତ ସିଂଙ୍କୁ କୃଷକ ସାମୁଖ୍ୟର ଆବାହାକ କରାଯାଇଛି। ବିଜେଡି ସଂଖ୍ୟାଲଘୁ ସାମୁଖ୍ୟର ଆବାହକ ମୁନ୍ନା ଖାଁ ହୋଇଥିବା ବେଳେ ଆଇନଜୀବୀ ସାମୁଖ୍ୟର ଆବାହକ ଭାବେ ମିଲନ୍ କାନୁନଗୋଙ୍କୁ ଦାୟିତ୍ୱ ଦିଆଯାଇଛି। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଜେଡି ସମବାୟ ସାମୁଖ୍ୟର ଆବାହକ କରାଯାଇଛି।

ବଲାଙ୍ଗିର, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତିଙ୍କ ନାମ ବି ଘୋଷଣା କରାଯାଇଛି। ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ଭାବେ ସାଂସଦ କଳିକେଶ ସିଂହଦେଓଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରମୋଦ ରଥଙ୍କୁ ସମ୍ବଲପୁର ଓ ଦେବରାଜ ମହାନ୍ତିଙ୍କୁ ଗଂଜାମ ଜିଲ୍ଲା ବିଜେଡି ସଭାପତି କରାଯାଇଛି।

Related story