ମେଘା ଇଞ୍ଜିନିୟରିଂକୁ ୯୧୯ କୋଟି ଓ ଏଲଆଣ୍ଡଟିକୁ ୫୭୬ କୋଟିର ଠିକା କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟର ଗ୍ରାମାଂଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ କ୍ୟାବିନେଟ ଆଜି ମୋଟ ୧୪୯୫ କୋଟି ଟଙ୍କାର ୬ଟି ଟେଣ୍ଡରକୁ ୨ଟି ଠିକା ସଂସ୍ଥାକୁ ପ୍ରଦାନ କରିଛନ୍ତି। ହାଇଦ୍ରାବାଦସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟକର ସଂସ୍ଥାକୁ ଯାଜପୁର, ଢେଙ୍କାନାଳ, ସମ୍ବଲପୁର ଓ କଳାହାଣ୍ଡିରେ ୪ଟି ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୯୧୯କୋଟି ଟଙ୍କାର ଠିକା ଦିଆଯାଇଥିବାବେଳେ ଚେନ୍ନାଇସ୍ଥିତ ଏଲଆଣ୍ଡଟି ସଂସ୍ଥାକୁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୫୭୬କୋଟି […]

l-and-t

l-and-t

Ordigital Desk
  • Published: Saturday, 06 March 2021
  • Updated: 06 March 2021, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟର ଗ୍ରାମାଂଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ କ୍ୟାବିନେଟ ଆଜି ମୋଟ ୧୪୯୫ କୋଟି ଟଙ୍କାର ୬ଟି ଟେଣ୍ଡରକୁ ୨ଟି ଠିକା ସଂସ୍ଥାକୁ ପ୍ରଦାନ କରିଛନ୍ତି।

ହାଇଦ୍ରାବାଦସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟକର ସଂସ୍ଥାକୁ ଯାଜପୁର, ଢେଙ୍କାନାଳ, ସମ୍ବଲପୁର ଓ କଳାହାଣ୍ଡିରେ ୪ଟି ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୯୧୯କୋଟି ଟଙ୍କାର ଠିକା ଦିଆଯାଇଥିବାବେଳେ ଚେନ୍ନାଇସ୍ଥିତ ଏଲଆଣ୍ଡଟି ସଂସ୍ଥାକୁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୫୭୬କୋଟି ଟଙ୍କାର ୨ଟି ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର ଦେବାକୁ ରାଜ୍ୟ କ୍ୟାବିନେଟ ଅନୁମତି ଦେଇଛନ୍ତି।
ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ବ୍ଲକ ଆଳି,ରାଜନଗର,ପଟ୍ଟାମୁଣ୍ଡାଇ ଓ ରାଜକନିକାର ମୋଟ ୬୫ଟି ପଂଚାୟତର ୨୭୪ଟି ଗାଁରେ ଏହି ପାନୀୟ ଜଳ ସୁବିଧା ମିଳିବ। ଏଥିଯୋଗୁ ୨.୭୪ଲକ୍ଷ ଲୋକ ଉପକୃତ ହେବେ। ଏଥିରେ ୨୨୭.୯୧କୋଟି ଟଙ୍କା ବ୍ୟୟ ହେବ ଓ ଠିକା ସଂସ୍ଥା ଏଲଆଣ୍ଡଟି ଏହି କାର୍ଯ୍ୟକୁ ୨୪ମାସ ମଧ୍ୟରେ ଶେଷ କରିବ।

ସେହିପରି ଖୋର୍ଦ୍ଧାର ୬ଟି ବ୍ଲକ ଟାଙ୍ଗୀ, ବାଣପୁର, ଚିଲିକା, ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆର ମୋଟ ୭୭ଟି ପଂଚାୟତର ୫୦୫ଟି ଗାଁର ୪.୯୭ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏଥିପାଇଁ ୩୪୮.୧୦କୋଟି ଟଙ୍କା ଖର୍ଚ୍ଚ ହେବ ଓ ଠିକା ସଂସ୍ଥା ଏଲଆଣ୍ଡଟି ଏହାକୁ ୨୪ମାସ ମଧ୍ୟରେ ଶେଷ କରିବ। ଯାଜପୁରର ୪ଟି ବ୍ଲକ ର ୫୩ଟି ପଂଚାୟତର ୨୮୦ଟି ଗାଁର ୩.୨୩ଲକ୍ଷ ଲୋକଙ୍କୁ ପାନୀୟ ଜଳ ସୁବିଧା ଦେବା ପାଇଁ ୨୪୫.୯୮କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଠିକା ସଂସ୍ଥା ମେଘା ଇଞ୍ଜିନିୟରିଂକୁ ଟେଣ୍ଡର ଦିଆଯାଇଛି ଓ ସେ ଏହାକୁ ୨୪ମାସ ମଧ୍ୟରେ ସାରିବ ବୋଲି କ୍ୟାବିନେଟ ବୈଠକରେ କୁହାଯାଇଛି। ସେହିପରି ଯାଜପୁରର ୪ଟି ବ୍ଲକ ଭୁବନ,ଗଁଦିଆ,କାମାକ୍ଷାନଗର ଓ ସଦର ବ୍ଲକର ୬୮ଟି ପଂଚାୟତରେ ପ୍ରାୟ ସାଢ଼େ ୩ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ୨୯୬.୯୩କୋଟି ଟଙ୍କାର ଠିକା କାର୍ଯ୍ୟ ମେଘା ଇଞ୍ଜିନିୟରିଂକୁ ପ୍ରଦାନ କରାଯାଇଛି।

କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକରେ ୨୮ଟି ପଂଚାୟତକୁ ଜଳଯୋଗାଣ ନିମନ୍ତେର ୧୭୭.୮୩କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଠିକା ସଂସ୍ଥା ମେଘା ଇଞ୍ଜିନିୟରିଂକୁ ଦିଆଯାଇଛି। ସହେିପରି ସମ୍ବଲପୁରର ୫ଟି ବ୍ଲକର ୨୬ଟି ପଂଚାୟତର ୧୩୮ଟି ଗାଁ ଏବଂ ଝାରସୁଗୁଡ଼ା ବ୍ଲକର ୨ଟି ପଂଚାୟତକୁ ଜଳଯୋଗାଣ ନିମନ୍ତେ ଠିକା ସଂସ୍ଥା ମେଘା ଇଞ୍ଜିନିୟରିଂକୁ ୧୯୮.୩୮କୋଟି ଟଙ୍କାର ଟେଣ୍ଡର ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos