ଓଡ଼ିଶାରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା। ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିଲା। ସେହିପରି ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ମଧ୍ୟ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଥିଲା। କୋଭିସିଲ୍‌ଡ ଓ କୋଭାକ୍ସିନ ପହଞ୍ଚିବା ପରେ ଏବେ ରାଜ୍ୟରେ ସ୍ୱାଭାବିକ ହେବ ଟିକାକରଣ। ରାଜ୍ୟରେ କୋଭିସିଲ୍‌ଡ ଟିକାର ଅଭାବ ଦେଖାଦେଇଥିଲା। ଯେଉଁଥିପାଇଁ ଗତ ୨ ଦିନ ଟିକାକରଣ ସ୍ୱାଭାବିକ ହୋଇପାରିନଥିଲା। ଟିକା ଅଭାବ ଯୋଗୁ ମାତ୍ର […]

Covishield-Vaccine

Covishield-Vaccine

Manoranjan Sial
  • Published: Friday, 02 July 2021
  • Updated: 02 July 2021, 05:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା। ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିଲା। ସେହିପରି ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ମଧ୍ୟ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଥିଲା। କୋଭିସିଲ୍‌ଡ ଓ କୋଭାକ୍ସିନ ପହଞ୍ଚିବା ପରେ ଏବେ ରାଜ୍ୟରେ ସ୍ୱାଭାବିକ ହେବ ଟିକାକରଣ।

ରାଜ୍ୟରେ କୋଭିସିଲ୍‌ଡ ଟିକାର ଅଭାବ ଦେଖାଦେଇଥିଲା। ଯେଉଁଥିପାଇଁ ଗତ ୨ ଦିନ ଟିକାକରଣ ସ୍ୱାଭାବିକ ହୋଇପାରିନଥିଲା। ଟିକା ଅଭାବ ଯୋଗୁ ମାତ୍ର ୧୧୪ ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ଟିକା ନଥିବାରୁ ୧୬ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରହିଥିଲା। ଲୋକମାନେ ଟିକା ନେବାକୁ ଆସି ଟିକାକରଣ କେନ୍ଦ୍ରରୁ ଫେରୁଛନ୍ତି। ଟିକା ନଥିବା ନେଇ ଲୋକଙ୍କୁ ଅବଗତ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ସେପଟେ ବିଶେଷଜ୍ଞଙ୍କ ମତରେ ଟିକାକରଣ ହେଲେ କରୋନାର ତୃତୀୟ ଲହରକୁ ରୋକାଯାଇପାରିବ। ସେଥିପାଇଁ ଯୋଦ୍ଧ୍ୟକାଳୀନ ଭିତ୍ତିରେ ଦେଶରେ ଟିକାକରଣ ଚାଲିଛି। ମାତ୍ର ଓଡ଼ିଶାର ଟିକା ଅଭାବରୁ କେତେକ ସ୍ଥାନରେ ଟିକାରଣ ବନ୍ଦ ରହିଛି। ଏହି ସମସ୍ୟା ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମତପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos