ସେବେ ବ୍ରିଟିଶରଙ୍କୁ ତଡ଼ିଥିଲେ, ଏବେ କରୋନାକୁ ପରାସ୍ତ କଲେ ଲୋକନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ପରାଧୀନ ବେଳେ ବ୍ରିଟିଶରଙ୍କ ବିରୋଧରେ ଲଢ଼ିଥିଲେ। ଯୁବାବସ୍ଥାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ଲୋକନାଥ ନାୟକ ଏବେ ପରିଣତ ବୟସରେ ମଧ୍ୟ ମହାମାରୀ କରୋନା ବିରୋଧରେ ଲଢ଼ି ବିଜୟ ଲାଭ କରିଛନ୍ତି। ୯୬ ବର୍ଷରେ ପଦାର୍ପଣ କରିଥିବା ଲୋକନାଥ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ସଫଳ ଚିକିତ୍ସା ହେବା ପରେ ଏହି ବର୍ଷୀୟାନ‌୍‍ ବ୍ୟକ୍ତି କରୋନା ବିରୋଧରେ ଲଢ଼ି ବାଜିମାତ କରିଛନ୍ତି। ଯାହାକୁ ନେଇ ଆନନ୍ଦର […]

7901

7901

Tapas Behera
  • Published: Wednesday, 07 October 2020
  • Updated: 07 October 2020, 05:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ପରାଧୀନ ବେଳେ ବ୍ରିଟିଶରଙ୍କ ବିରୋଧରେ ଲଢ଼ିଥିଲେ। ଯୁବାବସ୍ଥାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ଲୋକନାଥ ନାୟକ ଏବେ ପରିଣତ ବୟସରେ ମଧ୍ୟ ମହାମାରୀ କରୋନା ବିରୋଧରେ ଲଢ଼ି ବିଜୟ ଲାଭ କରିଛନ୍ତି। ୯୬ ବର୍ଷରେ ପଦାର୍ପଣ କରିଥିବା ଲୋକନାଥ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ସଫଳ ଚିକିତ୍ସା ହେବା ପରେ ଏହି ବର୍ଷୀୟାନ‌୍‍ ବ୍ୟକ୍ତି କରୋନା ବିରୋଧରେ ଲଢ଼ି ବାଜିମାତ କରିଛନ୍ତି। ଯାହାକୁ ନେଇ ଆନନ୍ଦର ଲହରୀ ଖେଳି ଯାଇଛି।

ଭୁବନେଶ୍ୱରର ଶ୍ରୀ ଲୋକନାଥ ନାୟକ ଗତ ସେପ୍ଟେମ୍ୱର ୨୯ ତାରିଖରେ କରୋନା ପଜିଟିଭ‌୍‍ ଚିହ୍ନଟ ହୋଇଥିଲେ । ସେହି ଦିନ ହିଁ ସେ ହସ୍ପିଟାଲ‌୍‍ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ତାଙ୍କୁ ଜ୍ୱର ରହିଥିବା ବେଳେ ସେ ଖୁବ‌୍‍ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ।

ହସପିଟାଲ ପକ୍ଷରୁ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ଶରୀରରେ ଜଟିଳ କିଡ‌୍‍ନୀ ରୋଗ, ଡାଏବେଟିସ‌୍‍ ଭଳି ସମସ୍ୟା ମଧ୍ୟ ରହିଥିଲା। ଶ୍ରୀ ନାୟକଙ୍କୁ ଆଂଟି ଭାଇରାଲ‌୍‍ ଚିକିତ୍ସା ପ୍ରଦାନ କରାଯିବା ସହିତ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା।

ସୁସ୍ଥ ହେବା ପରେ ଶ୍ରୀ ନାୟକ କହିଛନ୍ତି ମୋତେ ଯେଉଁ ଭଳି ଚିକିତ୍ସା କରାଗଲା ତାହା ମୋର ଆଶାତୀତ। ହସ୍ପିଟାଲ‌୍‍ର ଡାକ୍ତର ଓ ନର୍ସମାନେ ନିଷ୍ଠା ଓ ଯତ୍ନର ସହ ମୋର ଚିକିତ୍ସା କରିଛନ୍ତି । ମୁଁ ସେମାନଙ୍କ ଠାରେ କୃତଜ୍ଞ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos