ବେକରେ ପଶି ଯାଇଛି ଗଛ ଡ଼ାଳ

<p>କଟକ(ପ୍ରଭାତ ବିଷୋୟୀ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡାଙ୍ଗରଡିହା ଗାଁର ଜଣେ ବାଳକର ବେକରେ ଗଛ ଡାଳ ପଶି ଯାଇଛି। ତାଙ୍କ ନାଁ ବିଷ୍ଣୁ ମହାକୁଡ଼ (୧୪)। ଗତକାଲି ସେ ଜାମୁ ଗଛରୁ ପଡ଼ି ଯାଇଥିଲେ। ତଳେ ପଡ଼ିବା ବେଳେ ଏକ ଡାଳ ତାଙ୍କ ବେକରେ ଗଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଘଟଗାଁ ଚିକିତ୍ସାଳୟ ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବେକରେ ଡାଳଟି ସେମିତି ପଶିକି ରହିଛି।</p> <p>ବିଷ୍ଣୁଙ୍କ ବଡ଼ ବାପା ଅନ୍ତର୍ଯ୍ୟାମୀ ମହାକୁଡ଼ କହିଛନ୍ତି,&ldquo; ଗତକାଲି ବିଷ୍ଣୁ ଜାମୁ କୋଳି ଖାଇବାକୁ &nbsp;ଜାମୁ ଗଛ ଉପରକୁ ଚଢ଼ିଥିଲା। ପ୍ରାୟ ୨୦ରୁ ୨୫ ଫୁଟ୍&zwnj; ଉପରକୁ ସେ ଚଢ଼ିଯାଇଥିଲା। ହଠାତ୍ ଡାଳ ଭାଙ୍ଗି ଯିବାରୁ ସେ ତଳେ ପଡ଼ି ଯାଇଥିଲା। ହେଲେ ତଳେ ଥିବା ଏକ&nbsp; ଗଛର ଡାଳ ତାର କାଖ ଭିତରେ ପଶି ବେକ ପାଖରେ ପଶିଯାଇଥିଲା। ସେଠାରେ ଖେଳୁଥିବା ଅନ୍ୟ ପିଲାମାନେ ଆସି ଘରେ ଜଣାଇଥିଲେ। ଆମେ ଯାଇ ଦେଖିଲା ବେଳେ ବିଷ୍ଣୁ ସେ ଗଛରେ ଲାଗି ହୋଇ ରହିଥିଲା। ତଳେ ଥିବା ଗଛକୁ କାଟି ଆମେ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲୁ। ହେଲେ ରାତି ପ୍ରାୟ ସାଢେ ୨ଟା ସମୟରେ ଆମେ ତାକୁ ଏସ୍&zwnj;ସିବିରେ ଭର୍ତ୍ତି କରିଛୁ।&rdquo;</p>

Ordigital Desk
  • Published: Friday, 01 June 2018
  • Updated: 01 June 2018, 09:30 AM IST

Sports

Latest News

<p>କଟକ(ପ୍ରଭାତ ବିଷୋୟୀ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡାଙ୍ଗରଡିହା ଗାଁର ଜଣେ ବାଳକର ବେକରେ ଗଛ ଡାଳ ପଶି ଯାଇଛି। ତାଙ୍କ ନାଁ ବିଷ୍ଣୁ ମହାକୁଡ଼ (୧୪)। ଗତକାଲି ସେ ଜାମୁ ଗଛରୁ ପଡ଼ି ଯାଇଥିଲେ। ତଳେ ପଡ଼ିବା ବେଳେ ଏକ ଡାଳ ତାଙ୍କ ବେକରେ ଗଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଘଟଗାଁ ଚିକିତ୍ସାଳୟ ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବେକରେ ଡାଳଟି ସେମିତି ପଶିକି ରହିଛି।</p><p>ବିଷ୍ଣୁଙ୍କ ବଡ଼ ବାପା ଅନ୍ତର୍ଯ୍ୟାମୀ ମହାକୁଡ଼ କହିଛନ୍ତି,&ldquo; ଗତକାଲି ବିଷ୍ଣୁ ଜାମୁ କୋଳି ଖାଇବାକୁ &nbsp;ଜାମୁ ଗଛ ଉପରକୁ ଚଢ଼ିଥିଲା। ପ୍ରାୟ ୨୦ରୁ ୨୫ ଫୁଟ୍&zwnj; ଉପରକୁ ସେ ଚଢ଼ିଯାଇଥିଲା। ହଠାତ୍ ଡାଳ ଭାଙ୍ଗି ଯିବାରୁ ସେ ତଳେ ପଡ଼ି ଯାଇଥିଲା। ହେଲେ ତଳେ ଥିବା ଏକ&nbsp; ଗଛର ଡାଳ ତାର କାଖ ଭିତରେ ପଶି ବେକ ପାଖରେ ପଶିଯାଇଥିଲା। ସେଠାରେ ଖେଳୁଥିବା ଅନ୍ୟ ପିଲାମାନେ ଆସି ଘରେ ଜଣାଇଥିଲେ। ଆମେ ଯାଇ ଦେଖିଲା ବେଳେ ବିଷ୍ଣୁ ସେ ଗଛରେ ଲାଗି ହୋଇ ରହିଥିଲା। ତଳେ ଥିବା ଗଛକୁ କାଟି ଆମେ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲୁ। ହେଲେ ରାତି ପ୍ରାୟ ସାଢେ ୨ଟା ସମୟରେ ଆମେ ତାକୁ ଏସ୍&zwnj;ସିବିରେ ଭର୍ତ୍ତି କରିଛୁ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos