ଟ୍ୟାଙ୍କରକୁ ଧକ୍କା ଦେଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭବାନୀପାଟଣା(ଅଜିତ ସିଂ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ବଡ଼ ଧରଣ ଦୁର୍ଘଟଣାରୁ ବର୍ତ୍ତିଲା ଏକ ଯାତ୍ରୀବାହୀ ବସ୍। ବସ୍‌ଟି ପାଷ୍ଟିଗୁଡ଼ି ନିକଟରେ ଏକ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାରେ ବସ୍‌ଟିର କ୍ଷୟକ୍ଷତି ହୋଇଛି।

ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନଙ୍କୁ ଅନ୍ୟ ଗାଡ଼ିରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।