କ୍ୟାନ୍‌ସର୍‌ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର (ନବଘନ ବି‌ଷୋୟୀ): ଅର୍ଥାଭାବ ଯୋଗୁ କ୍ୟାନ୍‌ସର୍‌ ରୋଗର ଅଧିକ ଚିକିତ୍ସା କରି ନପାରି ଜଣେ ଯୁବକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦେବାନନ୍ଦ ଦାସ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ବି.ମାଳିଗୁଡ଼ା ଗାଁରେ। ଦେବାନନ୍ଦଙ୍କ ଗୋଡ଼ରେ କ୍ୟାନ୍‌ସର୍‌ ହୋଇଥିଲା। ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଅଧିକ ଚିକିତ୍ସାରେ ଅର୍ଥ ବାଧା ସାଜିଥିଲା ବୋଲି କୁହାଯାଉଛି। ଗତ ମଙ୍ଗଳବାର ଦେବାନନ୍ଦ ଡାକ୍ତରଖାନା ଯାଉଛନ୍ତି ବୋଲି ତାଙ୍କ ସ୍ତ୍ରୀଙ୍କୁ କହି […]

deadbody,,,9

Tapaswini Nayak
  • Published: Saturday, 11 May 2019
  • , Updated: 11 May 2019, 12:27 PM IST

ନବରଙ୍ଗପୁର (ନବଘନ ବି‌ଷୋୟୀ): ଅର୍ଥାଭାବ ଯୋଗୁ କ୍ୟାନ୍‌ସର୍‌ ରୋଗର ଅଧିକ ଚିକିତ୍ସା କରି ନପାରି ଜଣେ ଯୁବକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦେବାନନ୍ଦ ଦାସ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ବି.ମାଳିଗୁଡ଼ା ଗାଁରେ।

ଦେବାନନ୍ଦଙ୍କ ଗୋଡ଼ରେ କ୍ୟାନ୍‌ସର୍‌ ହୋଇଥିଲା। ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଅଧିକ ଚିକିତ୍ସାରେ ଅର୍ଥ ବାଧା ସାଜିଥିଲା ବୋଲି କୁହାଯାଉଛି।

ଗତ ମଙ୍ଗଳବାର ଦେବାନନ୍ଦ ଡାକ୍ତରଖାନା ଯାଉଛନ୍ତି ବୋଲି ତାଙ୍କ ସ୍ତ୍ରୀଙ୍କୁ କହି ଘରୁ ବାହାରି ଯାଇଥିଲେ। ତା’ପରଠୁ ତାଙ୍କର ପତ୍ତା ମିଳି ନଥିଲା। ଆଜି ନବରଙ୍ଗପୁରରେ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଜଙ୍ଗଲ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ତାଙ୍କର ଜଣେ ସମ୍ପର୍କୀୟ ଦାଦା କହିଛନ୍ତି,“ଦେବାନନ୍ଦ ମଙ୍ଗଳ ରାତି ପ୍ରାୟ ୯ଟା ବେଳେ ଡାକ୍ତରଖାନା ଯାଇଥିଲେ। ଗଲାବେଳେ ସେ ସବୁ କାଗଜପତ୍ର ନେଇ ଯାଇଥିଲେ। କିନ୍ତୁ ତା’ପରେ ସେ ଆଉ ଘରକୁ ଫେରିନଥିଲେ। ତାକୁ କ୍ୟାନ୍‌ସର୍‌ ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ବୋଲି ଆମେ ସନ୍ଦେହ କରୁଛୁ।”

Related story