ଚୋରି କରିବାକୁ ଆସିଥିଲେ, ନାଳରେ ଫସି ଗଲା ଗାଡ଼ି

କାମାକ୍ଷାନଗର (ବିଦ୍ୟାଧର ବରାଳ): ଚୋରି କରିବାକୁ ମଦ ଦୋକାନ ଯାଇଥିଲେ। ମନ ଭରି ଚୋରି ବି କରିଥିଲେ। ହେଲେ  ସବୁ ଫସର ଫାଟିଗଲା। ଚୋରି କରି ଫେରାର ହେଉଥିବା ସମୟରେ ନାଳରେ ଫସି ଗଲା ଗାଡ଼ି। ଶେଷରେ ଚୋରମାନେ ଚୋରି ଜିନିଷ ଓ ଗାଡ଼ି ଛାଡ଼ି ସେଠାରୁ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ […]

car

Tapaswini Nayak
  • Published: Monday, 03 August 2020
  • , Updated: 03 August 2020, 11:18 AM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଚୋରି କରିବାକୁ ମଦ ଦୋକାନ ଯାଇଥିଲେ। ମନ ଭରି ଚୋରି ବି କରିଥିଲେ। ହେଲେ  ସବୁ ଫସର ଫାଟିଗଲା। ଚୋରି କରି ଫେରାର ହେଉଥିବା ସମୟରେ ନାଳରେ ଫସି ଗଲା ଗାଡ଼ି। ଶେଷରେ ଚୋରମାନେ ଚୋରି ଜିନିଷ ଓ ଗାଡ଼ି ଛାଡ଼ି ସେଠାରୁ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ-୨ ରେ ଥିବା ପ୍ରତାପ ଚନ୍ଦ୍ର ରାଉତଙ୍କ ବିଦେଶୀ ମଦ ଦୋକାନରେ କିଛି ଲୁଟେରା ପଶିଥିଲେ। ଦୋକାନରେ ଥିବା ବିପୁଳ ପରିମାଣର ମଦ, ଟଙ୍କା ଓ ଲାପଟପ୍‌ ଚୋରି କଲେ। ଏହାପରେ ଚୋରମାନେ ଆଣିଥିବା ଇଣ୍ଡିଗୋ ଗାଡ଼ିରେ ଚୋରି ସାମଗ୍ରୀ ଲଦି ସେଠାରୁ ଚମ୍ପଟ ମାରିବାକୁ ବାହାରିଥିଲେ। ହେଲେ  ଦୁର୍ଭାଗ୍ୟବଶଃତ ଗାଡ଼ିଟି ମଦ ଦୋକାନ ସମ୍ମୁଖରେ ଥିବା ନାଳରେ ଫସି ଯାଇଥିଲା।। ଫଳରେ ଚୋରମାନେ ଗାଡି, ମଦ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ।

ଆଜି ସକାଳେ ମଦ ଦୋକାନର ଜଣେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହା ଦେଖି ପୁଲିସକୁ ଜଣାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କେତେଜଣ ଓ କେଉଁଠୁ ଚୋରି କରିବାକୁ ଆସିଥିଲେ ସେ ସମ୍ପର୍କରେ ଖୋଳତାଡ଼ କରୁଛି ପୁଲିସ୍‌।

Related story