ସାଢେ ୩ ବର୍ଷ ପରେ ବିଧାନ ପରିଷଦ ଗଠନ ନେଇ ତତ୍ପରତା: ବିରୋଧୀ କହିଲେ, ଅସନ୍ତୋଷ ବିଜେଡି ନେତାଙ୍କୁ ସରକାରଙ୍କ ଥଇଥାନ ଚିନ୍ତା

ପୁଣି ମନେ ପଡ଼ିଲା ବିଧାନ ପରିଷଦ କଥା। ଖୋଲିଲା ଥଣ୍ଡାବସ୍ତାରେ ପଡ଼ିରହିଥିବା ଫାଇଲ୍। ସାଢେ ୩ ବର୍ଷ ପରେ ବିଧାନ ପରିଷଦ ଗଠନ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ କମିଟି, ବିଧାନସଭା ପରିଷଦ ଗଠନ ସଂପର୍କରେ ଅନୁଧ୍ୟାନ କରିଥିଲା। ଏବେ ଅନୁଧ୍ୟାନ ପାଇଁ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ଓ ବିହାର ଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି। ମନ୍ତ୍ରୀ ନୃସିଂହ ସାହୁ କମିଟି ଅଧ୍ୟକ୍ଷ ଥିବାବେଳେ ବିଜେଡିରୁ ପ୍ରମିଳା ମଲ୍ଲିକ ଓ ମନୋହର ରାନ୍ଧାରି, କଂଗ୍ରେସରୁ ଭୂଜବଳ ମାଝୀ ଓ ବିଜେପିରୁ ନୀତୀଶ ଗଙ୍ଗଦେବ ସଦସ୍ୟ ଅଛନ୍ତି। କମିଟି ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି କମିଟି ବିଚାର କରି ଗସ୍ତ ତାରିଖ ଧାର୍ଯ୍ୟ କରିବ।

ଜାନୁଆାରୀ ୩୧ , ୨୦୧୫ରେ ବିଧାନ ପରିଷଦ ଗଠନ ପାଇଁ ଅନୁଧ୍ୟାନକାରୀ ଟିମ୍ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇଥିଲା। କିନ୍ତୁ ଏହାପରେ ନାଲି ଫିତା ତଳେ ଚାପି ହୋଇ ରହିଗଲା ଫାଇଲ୍। ପ୍ରାୟ ସାଢ଼େ ୩ ବର୍ଷ ଧରି ଚୁପ୍ ରହିଲେ ସରକାର। ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ସରକାରଙ୍କର ବିଧାନ ପରିଷଦ କଥା ମନେପଡ଼ିଲା? ଚର୍ଚ୍ଚା ହେଉଛି, ବିଜେଡିରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏଭଳି ପ୍ରୟାସ ହେଉଛି କି।

ଅନ୍ୟଦଳରୁ ଆସିଥିବା ହେବିୱେଟ୍ ନେତାଙ୍କୁ ଥଇଥାନ ପାଇଁ ବି ସରକାର ଏବେ ତତ୍ପରତା ଦେଖାଉଥିବା କୁହାଯାଉଛି। ସାଧାରଣ ନିର୍ବାଚନରେ ଟିକଟ କଟିବାକୁ ଥିବା ବିଧାୟକ ଓ ସାଂସଦମାନଙ୍କୁ ପ୍ରଲୋଭିତ କରି ଝୁଲାଇ ରଖିବା ପାଇଁ ଏହା ଚାଲ୍ ନୁହେଁ ତ? ପରିଷଦ ଗଠନ ପାଇଁ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗି, ରାଜ୍ୟ ସରକାର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ତାଜା ରଖିବାକୁ ଯୋଜନା କରୁନାହାଁନ୍ତି ତ?

ଏବେ ବିହାର, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବିଧାନ ପରିଷଦ ବ୍ୟବସ୍ଥା ରହିଛି। ତେବେ ବଡ଼ ପ୍ରଶ୍ନ ଓଡ଼ିଶାରେ ପରିଷଦ ଗଠନର ବାସ୍ତବରେ କେତେ ଆବଶ୍ୟକତା ରହିଛି?

Ordigital Desk
• Published: Tuesday, 05 June 2018
• Updated: 05 June 2018, 09:07 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos