ପ୍ରଦୀପଙ୍କୁ ଫସାଇବା ପାଇଁ ହୋଇଛି ଷଡ଼ଯନ୍ତ୍ର: ସପକ୍ଷରେ ବାହାରିଲା ଦଳିତ ସଙ୍ଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ହୋଇଥିବା ମାମଲା ଏକ ଷଡ଼ଯନ୍ତ୍ର। ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇ ସୂଚନା ଅଧିକାର କର୍ମୀଙ୍କ ସ୍ୱର ଦବେଇ ଦେବା ପାଇଁ ହୋଇଛି ଚକ୍ରାନ୍ତ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ ପାଇଥିବା ବେଳେ ସୂଚନା ଅଧିକାର କର୍ମୀଙ୍କ ସପକ୍ଷରେ ବାହାରିଛି ଖୋଦ ଦଳିତ ସଂଗଠନ। ଆଜି ଭୁବନେଶ୍ୱର ବୁଦ୍ଧମନ୍ଦିରଠାରେ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ  ପ୍ରଦୀପ […]

690

Tapas Behera
  • Published: Thursday, 16 September 2021
  • , Updated: 16 September 2021, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ହୋଇଥିବା ମାମଲା ଏକ ଷଡ଼ଯନ୍ତ୍ର। ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇ ସୂଚନା ଅଧିକାର କର୍ମୀଙ୍କ ସ୍ୱର ଦବେଇ ଦେବା ପାଇଁ ହୋଇଛି ଚକ୍ରାନ୍ତ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ ପାଇଥିବା ବେଳେ ସୂଚନା ଅଧିକାର କର୍ମୀଙ୍କ ସପକ୍ଷରେ ବାହାରିଛି ଖୋଦ ଦଳିତ ସଂଗଠନ। ଆଜି ଭୁବନେଶ୍ୱର ବୁଦ୍ଧମନ୍ଦିରଠାରେ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ  ପ୍ରଦୀପ ପ୍ରଧାନ ଓ ସାଥୀଙ୍କ ବିରୁଦ୍ଧରେ ହୋଇଥିବା ଦୁଇଟି ଦଳିତ ନିର୍ଯ୍ୟାତନା ମାମଲାର ତଥ୍ୟ ଅନୁସନ୍ଧାନ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଦଳିତ ସଂଗଠନ ନେତୃବୃନ୍ଦମାନେ ଅଂଶଗ୍ରହଣ କରି ନିଜର ମତାମତ ପ୍ରଦାନ କରିଥିଲେ।

ସେମାନେ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ, ରାଜ୍ୟରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟରେ ଦୁର୍ନୀତି ଓ ଅନିୟମିତତା ସମ୍ପର୍କିତ ତଥ୍ୟ ଲୋକଲୋଚନକୁ ଆଣିବା ସହ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ୱାର ଦାବି କରି ଆସୁଛନ୍ତି। ଏଥିସହିତ ରାଜ୍ୟ ପ୍ରଶାସନରେ ଥିବା ବହୁ ବଡ଼ ବଡ଼ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତି ସେମାନେ ଲୋକଲୋଚନକୁ ଆଣିପାରିଛନ୍ତି। ତେଣୁ ସେମାନେ ଅତିଷ୍ଠ ହୋଇ ରାଜ୍ୟର ଦୁର୍ନୀତିଗ୍ରସ୍ତ ପ୍ରଶାସନିକ କୁଚକ୍ରିଗୋଷ୍ଠୀ ଦଳିତ ମହିଳାଙ୍କୁ ପ୍ରବର୍ତ୍ତାଇ ସୂଚନା ଅଧିକାର ଅଭିଯାନର ଲଢୁଆ ସାଥୀମାନଙ୍କୁ ଦମନ କରିବା ପାଇଁ ବିଭିନ୍ନ ଥାନାରେ ମିଥ୍ୟା ମାମଲା ରୁଜୁ କରାଯାଉଛି । ନିକଟରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ଆଗଧାଡ଼ିର ସାଥୀମାନଙ୍କ ବିରୁଦ୍ଧରେ ଦୁଇ ଦୁଇଟି ଦଳିତ ମହିଳା ନିର୍ଯ୍ୟାତନା ମାମଲା ତରବରିଆ ଭାବେ ରୁଜୁ କରି ମିଥ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ‌୍‍ ତନାଘନା ଚଳାଇଛି।

ଗତ ୧୦।୦୯।୨୦୨୧ରେ ରାଜ୍ୟର ବରିଷ୍ଠ ସାମ୍ୱାଦିକ ଶ୍ରୀ ରବି ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୧୧ ଜଣିଆ ତଥ୍ୟାନୁସନ୍ଧାନକାରୀ ଟିମ୍‌ ଦୁଇ ଅଭିଯୋଗକାରିଣୀଙ୍କ ଗ୍ରାମ ପୂବାଗଡ଼ ଓ ଦରଡ଼ାକୁ ଯାଇଥିଲେ। ତଥ୍ୟ ଅନୁସନ୍ଧାନକାରୀଙ୍କୁ ମିଳିଥିବା ତଥ୍ୟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା। ଏହି ସାମ୍ୱାଦିକ ସମ୍ମିଳନୀରେ ତଥ୍ୟ ଅନୁସନ୍ଧାନକାରୀ ଦଳର ବିଶିଷ୍ଟ ଦଳିତ ନେତା ଅଶୋକ ମଲ୍ଲିକ, ସୂଚନା ଅଧିକାର କର୍ମୀମାନଙ୍କ ବିରୋଧରେ କିଭଳି ଦଳିତ ମହିଳାମାନେ ମିଥ୍ୟା ମକଦ୍ଦମା କରିଛନ୍ତି ସେନେଇ ଉପସ୍ଥାପନା କରିଥିଲେ। ଏହା ସହିତ ଓଡ଼ିଶାର ବିଭିନ୍ନ ଦଳିତ ସଂଗଠନର ନେତୃତ୍ୱମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିକ୍ରିୟା ରଖିଥିଲେ।  ଗୋଟେପଟେ ସୂଚନା ଅଧିକାର ଆଇନ ୨୦୦୫ ଏବଂ ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି (ନିର୍ଯ୍ୟାତନା ନିବାରଣ ସଂଶୋଧନ ଆଇନ ୨୦୧୫) ଦୁଇଟି ବଳିଷ୍ଠ ଆଇନକୁ ନଷ୍ଟ କରିବା ପାଇଁ ରାଜ୍ୟ ପ୍ରଶାସନରେ ଥିବା କୁଚକ୍ରି ଗୋଷ୍ଠୀମାନେ ସେମାନଙ୍କର ଷଡ଼ଯନ୍ତ୍ର ଜାରି ରଖିଛନ୍ତି। ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସ‌୍‍ଆଇଟି ଗଠନ କରି ଏହି ଦୁଇଟି ମାମଲାର ନିରପେକ୍ଷ ତଦନ୍ତ କରାଯାଉ।

ଏଥି ସହିତ ତରବରିଆ ଭାବରେ ଏହି ମାମଲାକୁ ବିନା ପ୍ରାଥମିକ ତଦନ୍ତରେ ଘଣ୍ଟାଏ ମଧ୍ୟରେ ପଞ୍ଜିକରଣ କରିଥିବା ପୁଲିସ ପଦାଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ। ଯଦି ରାଜ୍ୟ ସରକାର ଏହି ଦାବିଗୁଡ଼ିକୁ ଗ୍ରହଣ କରି କାର୍ଯ୍ୟକାରୀ ନ କରନ୍ତି ତେବେ ଆଗାମୀ ଦିନରେ ସମସ୍ତ ଦଳିତ ସଂଗଠନ ମିଳିତ ଭାବରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଦଳିତ ମହାସଭାର ରାଜ୍ୟ ସଭାପତି ଅଶୋକ ମଲ୍ଲିକ, ଦୁର୍ନୀତି ବିରୋଧୀ ମହାସଂଘର ସଭାପତି ତଥା ଓବିସି, ଏସ‌୍‍ଟି, ଏସ‌୍‍ସି ସମନ୍ୱୟ ସମିତିର ସଭାପତି କଳାହାଣ୍ଡିର ବିନ୍ଦୁ ମହାନନ୍ଦ, ସାମାଜିକ ସମତା ଅଭିଯାନର କାଳନ୍ଦି ମଲ୍ଲିକ ଯାଜପୁର, ଆମ୍ୱେଦକର ଲୋହିଆ ବିବ୍ଧରମଞ୍ଚର ନବକିଶୋର ଦାସ, ରାଷ୍ଟ୍ରୀୟ ଆମ୍ୱେଦକର ସ୍ମୃତି ପରିଷଦର ପ୍ରମୋଦିନୀ ମଲ୍ଲିକ, ଆମ୍ୱେଦକର ବିବ୍ଧର ମଞ୍ଚର ଦୈତାରୀ ନାଏକ ଓ ଦଳିତ ସାମାଜିକ କର୍ମୀ କେନ୍ଦ୍ରାପଡ଼ାର ରୀନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Related story