ଆରଡ଼ିରୁ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ଦୁଇ ଝିଅଙ୍କ ସାମ୍ନାରେ ଚାଲିଗଲେ ବାପାମା’

ଭଦ୍ରକ (ପାର୍ଥସାରଥୀ ନାୟକ): ବାବା ଆଖଣ୍ଡଳମଣିଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ଦୁଇ ଝିଅଙ୍କ ଆଖି ଆଗରେ ଚାଲିଗଲା ଵାପାମା’ଙ୍କ ଜୀବନ। ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ନିକଟରେ। ମୃତ ଦମ୍ପତି ହେଉଛନ୍ତି ବୈକୁଣ୍ଠ ରାଉତ ଓ କୁଞ୍ଜଲତା ରାଉତ। ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ବୋଗଲପୁର ଗାଁରେ। ବୈକୁଣ୍ଠ ଆଜି ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ଆରଡ଼ି ଯାଇଥିଲେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବାକୁ। ସେ […]

Accident

Jitendra Garnayak
  • Published: Monday, 02 May 2022
  • , Updated: 02 May 2022, 08:31 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ବାବା ଆଖଣ୍ଡଳମଣିଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ଦୁଇ ଝିଅଙ୍କ ଆଖି ଆଗରେ ଚାଲିଗଲା ଵାପାମା’ଙ୍କ ଜୀବନ। ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ନିକଟରେ।

ମୃତ ଦମ୍ପତି ହେଉଛନ୍ତି ବୈକୁଣ୍ଠ ରାଉତ ଓ କୁଞ୍ଜଲତା ରାଉତ। ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ବୋଗଲପୁର ଗାଁରେ।

ବୈକୁଣ୍ଠ ଆଜି ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ଆରଡ଼ି ଯାଇଥିଲେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବାକୁ। ସେ ଓ ତାଙ୍କ ପତ୍ନୀ ଗୋଟିଏ ସ୍କୁଟିରେ ଯାଇଥିଲେ। ତାଙ୍କ ଦୁଇ ଝିଅ ଅନ୍ୟ ଏକ ସ୍କୁଟିରେ ଯାଇଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ରାଣୀତାଲ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନର ବୈକୁଣ୍ଠ ଓ ତାଙ୍କ ପତ୍ନୀଙ୍କୁ ଧକ୍କା ଦେଇଥିଲା। କଣ୍ଟେନର ଚକତଳେ କୁଞ୍ଜଲତା ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବୈକୁଣ୍ଠଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା।

Related story