ଜଳିଗଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍‌

ରାଉରକେଲା (ସତ୍ୟାନଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନରେ ଗତକାଲି ନିଆଁ ଲାଗିଯିବାରୁ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଭ୍ୟାନ୍‌ରେ ଥିବା ଡ୍ରାଇଭର ଏବଂ ହେଲପର କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଛନ୍ତି । ଗୋରୁମାନେ ବିଶେଷ ଆହତ ହୋଇ ନ ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତକାଲି ଗୋରୁ ବୋଝେଇ ଭ୍ୟାନ୍‌ଟି ରାଉରକେଲା ଆଡକୁ ଆସୁଥିବା ବେଳେ ବ୍ରାହ୍ମଣୀ ବ୍ରିଜ ଉପରେ କୌଣସି କାରଣରୁ […]

fire

Tapaswini Nayak
  • Published: Wednesday, 23 September 2020
  • , Updated: 23 September 2020, 10:13 AM IST

ରାଉରକେଲା (ସତ୍ୟାନଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନରେ ଗତକାଲି ନିଆଁ ଲାଗିଯିବାରୁ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଭ୍ୟାନ୍‌ରେ ଥିବା ଡ୍ରାଇଭର ଏବଂ ହେଲପର କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଛନ୍ତି । ଗୋରୁମାନେ ବିଶେଷ ଆହତ ହୋଇ ନ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଗୋରୁ ବୋଝେଇ ଭ୍ୟାନ୍‌ଟି ରାଉରକେଲା ଆଡକୁ ଆସୁଥିବା ବେଳେ ବ୍ରାହ୍ମଣୀ ବ୍ରିଜ ଉପରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଇଞ୍ଜିନରେ ନିଆଁ ଲାଗିବାରୁ ଡ୍ରାଇଭର, ହେଲପର ଗାଡିରୁ ଡେଇଁ ପଡିଥିଲେ। ଏହାପରେ ଗାଡିରୁ ଗାଈଗୁଡିଙ୍କୁ ବାହାର କରିଦେଇ ଫେରାର ହୋଇଯାଇଥିଲେ ।

ରଘୁନାଥପାଲି ଥାନା ପୁଲିସ୍‌ ଗାଡିଟିକୁ ଜବତ କରି ଗାଈଗୁଡିଙ୍କୁ ଗୋଶାଳାକୁ ପଠାଇ ଦେଇଛି।

 

 

Related story