ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ ବୃଦ୍ଧ, ୬ ମାସ ହେଲା ପତ୍ତା ମିଳୁନି

 ନୂଆପଡ଼ା(ମାୟାଧର ସରାଫ): ପରିବାର ମୁହଁରେ ୨ ମୁଠା ଦାନା ଦେବାକୁ ଦାଦନ ଖଟିବାକୁ ନୂଆପଡ଼ା ଜିଲ୍ଲାରୁ ତେଲେଙ୍ଗାନା ଯାଇଥିବା ଶ୍ରମିକଙ୍କ ପତ୍ତା ମିଳୁନି । ପରିବାର ଲୋକେ କିଛି  ଖୋଜଖବର ପାଇ ନ ପାରି ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ନିଖୋଜ ଦାଦନ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା ସିଙ୍ଗାରୀ ଗାଁର ୬୦ ବର୍ଷୀୟ ପାଣ୍ଡେ ଛତ୍ରିଆ । ଗତ ଡିସେମ୍ବରରୁ ତେଲେଙ୍ଗାନାର ଏକ ଇଟା ଭାଟିକୁ ଦାଦନ ଖଟିବାକୁ ଯାଇଥିଲେ ପାଣ୍ଡେ ଛତ୍ରିଆ । ତାଙ୍କ […]

dadan

dadan

Niharika Rout
  • Published: Saturday, 25 June 2022
  • Updated: 25 June 2022, 11:54 AM IST

Sports

Latest News

 ନୂଆପଡ଼ା(ମାୟାଧର ସରାଫ): ପରିବାର ମୁହଁରେ ୨ ମୁଠା ଦାନା ଦେବାକୁ ଦାଦନ ଖଟିବାକୁ ନୂଆପଡ଼ା ଜିଲ୍ଲାରୁ ତେଲେଙ୍ଗାନା ଯାଇଥିବା ଶ୍ରମିକଙ୍କ ପତ୍ତା ମିଳୁନି । ପରିବାର ଲୋକେ କିଛି  ଖୋଜଖବର ପାଇ ନ ପାରି ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ନିଖୋଜ ଦାଦନ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା ସିଙ୍ଗାରୀ ଗାଁର ୬୦ ବର୍ଷୀୟ ପାଣ୍ଡେ ଛତ୍ରିଆ ।

ଗତ ଡିସେମ୍ବରରୁ ତେଲେଙ୍ଗାନାର ଏକ ଇଟା ଭାଟିକୁ ଦାଦନ ଖଟିବାକୁ ଯାଇଥିଲେ ପାଣ୍ଡେ ଛତ୍ରିଆ । ତାଙ୍କ ସାଙ୍ଗରେ ଯାଇଥିବା ଦଲାଲ ଏବଂ ଅନ୍ୟ ଶ୍ରମିକ ଗାଁକୁ ଫେରି ଆସିଲେଣି, ହେଲେ ଏବେ ଯାଏ ଫେରିନାହାନ୍ତି ପାଣ୍ଡେ ଛତ୍ରିଆ । ପାଣ୍ଡେଙ୍କ ନିକଟରେ କୌଣସି ଫୋନ୍‌ ନ ଥିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି। ଫଳରେ ପରିବାର ଲୋକେ ଅଜଣା ଆଶଙ୍କା ମଦ୍ୟରେ ଦିନ କାଟୁଛନ୍ତି।

ପାଣ୍ଡେଙ୍କୁ ନେବା ସମୟରେ  ଦଲାଲ ଅଗ୍ରୀମ ଆକାରରେ ପାଣ୍ଡେଙ୍କ ପରିବାରକୁ ୨୦ହଜାର ଟଙ୍କା ଦେଇଥିଲା । ଏହାପରେ ଦଲାଲ ଗାଁକୁ ଫେରି ଆସିଥିବା ବେଳେ ପାଣ୍ଡେଙ୍କର କିନ୍ତୁ କିଛି ପତ୍ତା ମିଳୁନି। ଏ ସମ୍ପର୍କରେ  ଦଲାଲ ମଧ୍ୟ ପାଟି ଫିଟାଉ ନାହିଁ।

ଦୀର୍ଘ ୬ ମାସ ହେବ ଦାଦନ ଖଟିବାକୁ ଯାଇଥିବା ପାଣ୍ଡେଙ୍କ ସମ୍ପର୍କରେ କିଛି ସୂଚନା ନ ପାଇ ଆଖିରୁ ଲୁହ ଗଡ଼ାଉଛନ୍ତି ପରିବାର ଲୋକେ।  ଏପରିକି  ତାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଗାଁ ଲୋକେ ନିବେଦନ କରିଛନ୍ତି । ସେପଟେ ସଠିକ ତଥ୍ୟ ଦେଲେ ନିଖୋଜ ପାଣ୍ଡେକୁ ଖୋଜିବାରେ ବିଳମ୍ବ ହେବ ନାହିଁ ବୋଲି କହିଛନ୍ତି ନୂଆପଡା ସହକାରୀ ଶ୍ରମ ଅଧିକାରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos