ମାଲିକର ବିଶ୍ୱାସରେ ବିଷ ଦେଲା ୪୨୦ ଡ୍ରାଇଭର

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ମାଲିକର ବିଶ୍ୱାସରେ ବିଷ ଦେଲା ୪୨୦ ଡ୍ରାଇଭର। ଗାଡ଼ି ଡକାୟତି କରିବାର ନିଜେ ରଚିଥିଲା ମିଛ ଯୋଜନା। ଏକ ପିକ୍ ଅପ୍ ଭ୍ୟାନ୍ ଚୋରି ମାମଲାର ତଦନ୍ତ କରି ଖଲ୍ଲିକୋଟ ପୁଲିସ ଏଭଳି ସତ୍ୟାସତ୍ୟ ପାଇଥିବା ଆଜି ପ୍ରକାଶ କରିଛି। ସୂଚନା ମୁତାବକ, ଜଣେ ବିହାରୀ ବ୍ୟକ୍ତି ଚନ୍ଦନ କୁମାରଙ୍କ ଭ୍ୟାନ୍ ଚଳାଉଥିଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ମଣିଦେଇ ପେଣ୍ଠ ଗ୍ରାମର କାହ୍ନୁ କୁମାର ଚୌଧୁରୀ। ସମ୍ପୃକ୍ତ ଗାଡ଼ିମାଲିକ ଭୁବନେଶ୍ୱରରେ ରୁହନ୍ତି। […]

pic-up

pic-up

Niranjan Mishra
  • Published: Monday, 03 October 2022
  • Updated: 03 October 2022, 08:02 PM IST

Sports

Latest News

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ମାଲିକର ବିଶ୍ୱାସରେ ବିଷ ଦେଲା ୪୨୦ ଡ୍ରାଇଭର। ଗାଡ଼ି ଡକାୟତି କରିବାର ନିଜେ ରଚିଥିଲା ମିଛ ଯୋଜନା। ଏକ ପିକ୍ ଅପ୍ ଭ୍ୟାନ୍ ଚୋରି ମାମଲାର ତଦନ୍ତ କରି ଖଲ୍ଲିକୋଟ ପୁଲିସ ଏଭଳି ସତ୍ୟାସତ୍ୟ ପାଇଥିବା ଆଜି ପ୍ରକାଶ କରିଛି।

ସୂଚନା ମୁତାବକ, ଜଣେ ବିହାରୀ ବ୍ୟକ୍ତି ଚନ୍ଦନ କୁମାରଙ୍କ ଭ୍ୟାନ୍ ଚଳାଉଥିଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ମଣିଦେଇ ପେଣ୍ଠ ଗ୍ରାମର କାହ୍ନୁ କୁମାର ଚୌଧୁରୀ। ସମ୍ପୃକ୍ତ ଗାଡ଼ିମାଲିକ ଭୁବନେଶ୍ୱରରେ ରୁହନ୍ତି। ଗତ ମାସ ୨୮ ତାରିଖରେ କୌଣସି ଏକ ଭଡାରେ ଗାଡ଼ି ନେଇ ବ୍ରହ୍ମପୁର ଆସିଥିଲେ ଡ୍ରାଇଭର କାହ୍ନୁ। ସେ ବ୍ରହ୍ମପୁରରୁ ଭଡା ଟଙ୍କା ଧରି ୨୯ ତାରିଖରେ ପାଟପୁର ଥାନା ଅଞ୍ଚଳରେ ଥିବା ନିଜ ଗାଁକୁ ଚାଲି ଯାଇଥିଲେ। ତେବେ ଏହା ପରଦିନ ସକାଳେ ନିଜ ମାଲିକଙ୍କୁ ଗାଡ଼ି ଡକାୟତମାନେ ଛଡ଼ାଇ ନେଇଥିବା ସେ ସୂଚିତ କାରିଥିଲେ।

ଯେଉଁ ସମୟରେ ସେ ଉଲ୍ଲେଖ କରିଥିଲେ, ସେ ଭ୍ୟାନ ଧରି ଭୁବନେଶ୍ୱରକୁ  ଫେରୁଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟିରେ କିଛି ଅଜଣା ଦୁର୍ବୁତ୍ତ ଗାଡ଼ିକୁ ଅଟକାଇଥିଲେ। ତାଙ୍କୁ ମାଡ଼ ମାରି ଆହତ କରିବା ପରେ ପିକ ଅପ ଭ୍ୟାନ୍‌କୁ ଛଡାଇ ନେଇ ବ୍ରହ୍ମପୁର ଆଡେ ପଳେଇ ଯାଇଥିଲେ। ତାଙ୍କ ମୋବାଇଲ ଫୋନ ଓ ଡିଏଲକୁ ମଧ୍ୟ ଦୁର୍ବୃତ୍ତମାନେ ଛଡ଼ାଇ ନେଇ ପଳାଇ ଥିବା ଫୋନ୍ ଯୋଗେ କହିଥିଲେ।

ଏନେଇ ଜାଣିବା ପରେ ଗାଡ଼ି ମାଲିକ ୧ ତାରିଖ ସନ୍ଧ୍ୟାରେ ଖଲ୍ଲିକୋଟ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଡ୍ରାଇଭର କାହ୍ନୁକୁ ସନ୍ଦେହରେ ପଚରାଉଚରା କରିଥିଲା। ଏହି ସମୟରେ ସେ ପୁଲିସ ଆଗରେ ସବୁ ସତ ମାନି ଯାଇଥିଲେ। ନିଜେ ହିଁ ପିକ୍‌ଅପ୍ ଡକାୟତି ଯୋଜନା କରି ଗାଡ଼ି ଲୁଚାଇ ରଖିଥିବା ପ୍ରକାଶ କରିଥିଲେ। ଗାଡ଼ି ମାଲିକ ହେବା ଲୋଭରେ ସେ ଏଭଳି କାଣ୍ଡ ଭିଆଇ ଥିଲେ।

ପରେ ସେ ନାରାୟଣୀ ଜଙ୍ଗଲରେ ଲୁଚାଇ ରଖିଥିବା ପିକପ ଗାଡ଼ିକୁ ପୁଲିସକୁ ଦେଖାଇଥିଲେ। ପୁଲିସ ଗାଡ଼ିକୁ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କରିଛି। ସେପଟେ ଡ୍ରାଇଭର କାହ୍ନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଆଜି ଖଲ୍ଲିକୋଟ ଥାନାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆଇଆଇସି ଜଗନ୍ନାଥ ମଲ୍ଲିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos