ଧର୍ମଗଡ଼(ଇଙ୍ଗିତ୍ ପଣ୍ଡା):ନିଶା କେବଳ ନିଶାସକ୍ତଙ୍କ ପାଇଁ ହାନିକାରକ ହୋଇ ନଥାଏ। ନିଶା ମଧ୍ୟ ଅନ୍ୟର ଜୀବନ ନେଇପାରେ। ମଦ ନିଶାରେ ଚୁର୍ ହୋଇ ଜଣେ କେତେ ନୃଶଂସ ହୋଇପାରେ ତାର ଏକ ଦୃଷ୍ଟାନ୍ତ ଏବେ ସାମ୍ନାକୁ ଆସିଛି। କଳାହାଣ୍ଡି ଜୟପାଟଣାରେ ରାସ୍ତା ଉପରେ ପଡ଼ିଥିବା ୪ ଜଣଙ୍କ ମୃତଦେହ ଘଟଣାର ପର୍ଦ୍ଦାଫାସ ହୋଇଛି। ଜଣେ ମଦ୍ୟପ ହିଁ ମାତାଲ ହୋଇ ସମ୍ପୃକ୍ତ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ନିଶାସକ୍ତ ଅବସ୍ଥାରେ ଥିବା ସମ୍ପୃକ୍ତ ବ୍ୟକ୍ତି ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ହତ୍ୟା ଅଭିଯୁକ୍ତକୁ ଗିରଫ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ଜୟପାଟଣାର ପଲ୍ସ-ପିପଲଗୁଡା ରାସ୍ତାରୁ ଗୋଟିଏ ଗାଁର ୪ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଗୋଟିଏ ବାଇକ୍ ଓ ୨ଟି ସାଇକେଲ ପଡିଥିବା ଦେଖିବାକୁ ମିଳଥିଲା। ୪ ମୃତକ ହେଲେ ସୁଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଏବଂ ଉପି ଶବର।
ଏମାନେ ସମସ୍ତେ ପଲସ ଗାଁର। କଳାହାଣ୍ଡି ପୁଲିସ୍ ଘଟଣାର ପ୍ରାଥମିକ ତଦନ୍ତ ପରେ ଏହା ଜଣେ ମଦ୍ୟପର କାଣ୍ଡ ବୋଲି କହିଛି। ମଦ୍ୟପ ଯତିନ୍ଦ୍ରକୁ ପୁଲିସ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।