ଜୀବନ ହାରିଲେ ଚାଷୀ !

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବିରମାଲ ପଞ୍ଚାୟତ ପୋଡ଼ମୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ  ବୈଷ୍ଣବ ଭୋଇ। ଗତକାଲି ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ମରୁଡ଼ି ଆଶଙ୍କା ଏବଂ ଋଣ ଟଙ୍କା ଶୁଝିବା ନେଇ ବୈଷ୍ଣବ ଚିନ୍ତାରେ ଥିଲେ। ବୈଷ୍ଣବଙ୍କର […]

farmer

Jyoshna Pradhan
  • Published: Thursday, 25 July 2019
  • , Updated: 25 July 2019, 11:32 AM IST

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବିରମାଲ ପଞ୍ଚାୟତ ପୋଡ଼ମୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ  ବୈଷ୍ଣବ ଭୋଇ। ଗତକାଲି ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଗତ କିଛି ଦିନ ହେବ ମରୁଡ଼ି ଆଶଙ୍କା ଏବଂ ଋଣ ଟଙ୍କା ଶୁଝିବା ନେଇ ବୈଷ୍ଣବ ଚିନ୍ତାରେ ଥିଲେ। ବୈଷ୍ଣବଙ୍କର ୩ ଏକର ଜମି ରହିଛି। ଏଥିସହିତ ସେ ଏକ ଏକର ଜମିରେ ଭାଗ ଚାଷ କରି ଧାନ ସହିତ ପନିପରିବା ଚାଷ କରିଥିଲେ। ଚାଷ ପାଇଁ ସେ ମହାଜନଙ୍କଠାରୁ ୭୦ ହଜାର ଟଙ୍କା ଋଣ କରିଥିଲେ। ହେଲେ ଚଳିତବର୍ଷ ସ୍ପଳ୍ପ ବୃଷ୍ଟିପାତ ଯୋଗୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ବରଗଡ଼ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁର ଚାଷୀ ସୁମନ୍ତ ବେହେରା ଋଣଭାର ସହି ନପାରି ଗତ ୨୩ ତାରିଖରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

Related story