ଚାଷୀଙ୍କ ନାଁରେ ଆସିଲା ୧୦ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ

ସୋନପୁର(ରବୀନ୍ଦ୍ର ହୋତା): ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍‌ଟି ଠକେଇ ସାମନାକୁ ଆସିଛି । ଏଥର ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି । ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ […]

sonapur-2

Niharika Rout
  • Published: Friday, 20 November 2020
  • , Updated: 20 November 2020, 11:57 AM IST

ସୋନପୁର(ରବୀନ୍ଦ୍ର ହୋତା): ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍‌ଟି ଠକେଇ ସାମନାକୁ ଆସିଛି । ଏଥର ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି । ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ସହ ସମସ୍ତ କାଗଜ ପତ୍ର ଦେଇଥିଲେ । ତା ପରେ ସାଲେପାଲି ଗାଁରେ ତାଙ୍କ ନାଁରେ ‘ବାଗ୍ ଏଣ୍ଡ ବାଗ୍’ ନାଁରେ ଏକ କଂପାନୀ ଚାଲୁଛି ବୋଲି ଭବାନୀପାଟଣା ଜିଏସ୍‌ଟି ଅଫିସ ଜାଣିବାକୁ ପାଇଥିଲା । ଏହାପରେ ଜିଏସ୍‌ଟି  ଅଧିକାରୀମାନେ ଆସି ଚଢ଼ଉ  କରିବା ସହ ନବୀନଙ୍କୁ ସମନ କରିଥିଲେ ।

ଘଟଣା ସମ୍ପର୍କରେ ନବୀନ ରାମପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ନବୀନ ଗୋଟିଏ ଏକର ଜମିରେ ଚାଷ ସହ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଛନ୍ତି । ହେଲେ ତାଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିବା ପରେ ପରିବାରରେ ଭାଳେଣି ପଡ଼ିଯାଇଛି ।

Related story