ହଷ୍ଟେଲ ଛାତରୁ ଖସି କଲେଜ ଛାତ୍ରୀ ମୃତ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ହଷ୍ଟେଲ ଛାତରୁ ଖସିପଡ଼ି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ସହରର ଏକ ଆବାସିକ କଲେଜରେ। ମୃତ ଛାତ୍ରୀ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷରେ ପଢୁଥିଲେ। ତାଙ୍କ ଘର ମୟୂରଭଞ୍ଜର ବିଷୋୟୀ ଅଞ୍ଚଳର ବୋଲି ସୂଚନା ମିଳିଛି। ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ବାଲେଶ୍ୱର ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି […]

Protest

Jitendra Garnayak
  • Published: Thursday, 19 May 2022
  • , Updated: 19 May 2022, 09:24 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ହଷ୍ଟେଲ ଛାତରୁ ଖସିପଡ଼ି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ସହରର ଏକ ଆବାସିକ କଲେଜରେ।

ମୃତ ଛାତ୍ରୀ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷରେ ପଢୁଥିଲେ। ତାଙ୍କ ଘର ମୟୂରଭଞ୍ଜର ବିଷୋୟୀ ଅଞ୍ଚଳର ବୋଲି ସୂଚନା ମିଳିଛି।

ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।

ବାଲେଶ୍ୱର ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଛାତ ଉପରୁ ପଡ଼ିଲେ, ତାହା ଜଣାପଡ଼ିନାହିଁ। ସେ ନିଜେ ଖସି ପଡ଼ିଲେ ନା କେହି ଠେଲି ଦେଲେ ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନି।

ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଝିଅ ହଷ୍ଟେଲ ଶିଡ଼ିରୁ ପଡ଼ି ଯାଇଥିବା ସେମାନଙ୍କୁ କୁହାଯାଇଥିଲା। ଏହା ସହିତ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା।

Related story