ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ; ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱପ୍ନ ସତ ହେବା ଆଗରୁ ଭାଙ୍ଗି ଚୁନା ହୋଇଗଲା। ପାଠ ପଢ଼ି ନିଜ ଗୋଡ଼ରେ ଛିଡ଼ା ହେବା ଆଶା ନେଇ  ଘର, ପରିବାର ଛାଡ଼ି ଛାତ୍ରୀଜଣକ ରହୁଥିଲେ ଆବାସିକ ବିଦ୍ୟାଳୟରେ।  ହେଲେ ଲକ୍ଷ୍ୟସ୍ଥଳରେ ପଞ୍ଚିବା ଆଗରୁ ସବୁ ଛାରଖାର ହୋଇଗଲା। ନରରାକ୍ଷାସମାନେ ସବୁ ସ୍ୱପ୍ନକୁ ଚୁରମାର କରିଦେଲେ। ନିଜ ସ୍କୁଲର କିଛି ଛାତ୍ରଙ୍କ ସମେତ ସ୍କୁଲ ଶିକ୍ଷକ ବି ସାମିଲ ହୋଇ ଇଜ୍ଜତ ଲୁଟିନେଲେ। ଗୁରୁତର ଅବସ୍ଥାରେ ଛାତ୍ରୀଜଣକ  କଟକ ବଡ଼ ଡାକ୍ତରଖାନା ଆଇସିୟୁରେ […]

minor-2-1

minor-2-1

Niharika Rout
  • Published: Saturday, 23 November 2019
  • Updated: 23 November 2019, 10:59 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱପ୍ନ ସତ ହେବା ଆଗରୁ ଭାଙ୍ଗି ଚୁନା ହୋଇଗଲା। ପାଠ ପଢ଼ି ନିଜ ଗୋଡ଼ରେ ଛିଡ଼ା ହେବା ଆଶା ନେଇ  ଘର, ପରିବାର ଛାଡ଼ି ଛାତ୍ରୀଜଣକ ରହୁଥିଲେ ଆବାସିକ ବିଦ୍ୟାଳୟରେ।  ହେଲେ ଲକ୍ଷ୍ୟସ୍ଥଳରେ ପଞ୍ଚିବା ଆଗରୁ ସବୁ ଛାରଖାର ହୋଇଗଲା। ନରରାକ୍ଷାସମାନେ ସବୁ ସ୍ୱପ୍ନକୁ ଚୁରମାର କରିଦେଲେ। ନିଜ ସ୍କୁଲର କିଛି ଛାତ୍ରଙ୍କ ସମେତ ସ୍କୁଲ ଶିକ୍ଷକ ବି ସାମିଲ ହୋଇ ଇଜ୍ଜତ ଲୁଟିନେଲେ। ଗୁରୁତର ଅବସ୍ଥାରେ ଛାତ୍ରୀଜଣକ  କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏପରି ସ୍ପର୍ଶକାତର ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।  ଏହି ଘଟଣାରେ ସୋର ପୁଲିସ୍‌  ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ଅଞ୍ଚଳର ଦୁଇ ଭଉଣୀ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟରେ ରହି ପଢ଼ୁଥିଲେ ।  ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବଡ଼ ଭଉଣୀ ହଠାତ୍‌ ଅସୁସ୍ଥ ହେବା ଖବର  ପାଇ ତାଙ୍କ ମା’ ପହଞ୍ଚିଥିଲେ । ସେଠାରେ ସବୁ କଥା ଶୁଣିବା ପରେ ଝିଅକୁ କଟକ ବଡ଼ ଡାକ୍ତରଖାନା ନେଇ ଡାକ୍ତରୀ ପରୀକ୍ଷା କରାଇଥିଲେ। ମାତ୍ର  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ପୀଡ଼ିତାଙ୍କ ଭଉଣୀଙ୍କଠାରୁ ସବୁ କଥା ଶୁଣିବା ପରେ ତାଙ୍କ ବାପା ଏନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶିକ୍ଷକ ଗଜେନ୍ଦ୍ର ଦାସଙ୍କୁ ପୁଲିସ୍‌ ଅଟକ ରଖିବା ସହିତ କେତେକ ଛାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡ଼ି ଦେଇଛି । ଏକ ପୁଲିସ୍‌ ଟିମ୍‌ କଟକ ଯାଇ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟ  ପକ୍ଷରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୀଡ଼ିତାଙ୍କ ଘରକୁ ଯାଇ ଅନୁସନ୍ଧାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos