ଚୌଦ୍ୱାର ମୁହାଁଇଲେ ହାତୀପଲ, ଲୋକେ ଛାନିଆ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଚୌଦ୍ୱାର ସହର ଅଭିମୁଖେ ଏକ ହାତୀପଲ ମାଡ଼ି ଚାଲିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ପଲରେ ୧୪ଟି ହାତୀ ଥିବା ଜଣାଯାଇଛି। ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଚାଲୁ ରହିଥିଲେ ବି ହାତୀ କାଜୁ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି। ବନବିଭାଗ ପକ୍ଷରୁ ବାଣ ଓ ନିଆଁହୁଳା ସାହାଯ୍ୟରେ ହାତୀ ଘଉଡାଇବାକୁ ଚେଷ୍ଟା ଜାରି ରହିଛି। ଚୌଦ୍ୱାର ବାଣୀପଦା ବନ୍ଦାଳ ଗାଁ ଅଭିମୁଖେ ୨ଟି ହାତୀ ଚାଲିଯାଇଥିବାବେଳେ ଏବେବି […]

hati-1

Niharika Rout
  • Published: Thursday, 19 December 2019
  • , Updated: 19 December 2019, 10:50 AM IST

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଚୌଦ୍ୱାର ସହର ଅଭିମୁଖେ ଏକ ହାତୀପଲ ମାଡ଼ି ଚାଲିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ପଲରେ ୧୪ଟି ହାତୀ ଥିବା ଜଣାଯାଇଛି। ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଚାଲୁ ରହିଥିଲେ ବି ହାତୀ କାଜୁ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି।

ବନବିଭାଗ ପକ୍ଷରୁ ବାଣ ଓ ନିଆଁହୁଳା ସାହାଯ୍ୟରେ ହାତୀ ଘଉଡାଇବାକୁ ଚେଷ୍ଟା ଜାରି ରହିଛି। ଚୌଦ୍ୱାର ବାଣୀପଦା ବନ୍ଦାଳ ଗାଁ ଅଭିମୁଖେ ୨ଟି ହାତୀ ଚାଲିଯାଇଥିବାବେଳେ ଏବେବି ୧୨ଟି ହାତୀ ଜଙ୍ଗଲରେ ଲୁଚି ରହିଛନ୍ତି । ସମସ୍ତ ହାତୀ ଚନ୍ଦକା ଜଙ୍ଗଲରୁ ଆସିଥିବା ବନବିଭାଗ ଅଧିକାରୀ କହୁଛନ୍ତି। ଆସନ୍ତାକାଲି ସୁଦ୍ଧା ହାତୀପଲକୁ ଆଠଗଡ଼ ଜଙ୍ଗଲ ଆଡକୁ ଘଉଡାଇ ଦିଆଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି।

Related story