ହଷ୍ଟେଲ ଯାଇ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି ପ୍ରଧାନଶିକ୍ଷକ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରରେ ଥିବା ଏକ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଶଶିଧର ନାଏକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ, ପ୍ରଧାନଶିକ୍ଷକ ଛାତ୍ରୀମାନେ ରହୁଥିବା ହଷ୍ଟେଲକୁ ମନଇଚ୍ଛା ଯା’ନ୍ତି ଓ ଅସଦାଚରଣ କରନ୍ତି। ଅନେକ ସମୟରେ ସେ ଛାତ୍ରୀମାନଙ୍କୁ ସ୍ପର୍ଶ କରିବା ସହ କୁଣ୍ଡେଇ ପକାନ୍ତି। କେବଳ ଏତିକି ନୁହେଁ, ବାହାରେ ଏ କଥା କହିଲେ […]

Headmaster

Jitendra Garnayak
  • Published: Sunday, 22 May 2022
  • , Updated: 22 May 2022, 10:49 AM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରରେ ଥିବା ଏକ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଶଶିଧର ନାଏକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ପ୍ରଧାନଶିକ୍ଷକ ଛାତ୍ରୀମାନେ ରହୁଥିବା ହଷ୍ଟେଲକୁ ମନଇଚ୍ଛା ଯା’ନ୍ତି ଓ ଅସଦାଚରଣ କରନ୍ତି। ଅନେକ ସମୟରେ ସେ ଛାତ୍ରୀମାନଙ୍କୁ ସ୍ପର୍ଶ କରିବା ସହ କୁଣ୍ଡେଇ ପକାନ୍ତି। କେବଳ ଏତିକି ନୁହେଁ, ବାହାରେ ଏ କଥା କହିଲେ ବା କାହା ଆଗରେ ଅଭିଯୋଗ କଲେ ସ୍କୁଲ୍‌ରୁ ବହିଷ୍କାର କରି ଦେବେ ବୋଲି ଧମକ ଦିଅନ୍ତି।

ପ୍ରଧାନଶିକ୍ଷକଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ୬ ଜଣ ଛାତ୍ରୀ ସ୍କୁଲ୍ ଛାଡ଼ି ଘରକୁ ପଳାଇଥିଲେ। ସେମାନେ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ କହିଥିଲେ ଓ ପରେ ଏ ସଂପର୍କରେ ସେମାନଙ୍କ ଗାଁର ଲୋକ ବି ଜାଣିଥିଲେ। ଛାତ୍ରୀମାନଙ୍କ ଅଭିଯୋଗ ଶୁଣିବା ପରେ ଗାଁ ଲୋକେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ।

ଅଭିଯୋଗ ପାଇବା ପରେ ଥୁଆମୂଳ ରାମପୁର ବିଇଓ, ବିଡିଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହିତ ପ୍ରଧାନ ଶିକ୍ଷକ ଶଶିଧର ନାଏକଙ୍କୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।

Related story