ସୋଲାର ତାରବାଡ଼ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଛନ୍ତି ହାତୀ, ଦେଖନ୍ତୁ ଭିଡିଓ

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଛନ୍ତି। ହାତୀମାନେ ବନ ବିଭାଗ ପକ୍ଷରୁ ରାସ୍ତା କଡ଼ରେ ଦିଆଯାଇଥିବା ସୋଲାର ତାରବାଡ଼କୁ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଆଜି ସକାଳେ ଏକ ହାତୀପଲ ବଉଳ ସାରକୋଳି ରାସ୍ତାରେ ସୋଲାର ବାଡ଼ ଭାଙ୍ଗି ରାସ୍ତା […]

eleathagarh

Jitendra Garnayak
  • Published: Saturday, 10 November 2018
  • , Updated: 10 November 2018, 11:37 AM IST

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଛନ୍ତି।

ହାତୀମାନେ ବନ ବିଭାଗ ପକ୍ଷରୁ ରାସ୍ତା କଡ଼ରେ ଦିଆଯାଇଥିବା ସୋଲାର ତାରବାଡ଼କୁ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଛନ୍ତି।

ଆଜି ସକାଳେ ଏକ ହାତୀପଲ ବଉଳ ସାରକୋଳି ରାସ୍ତାରେ ସୋଲାର ବାଡ଼ ଭାଙ୍ଗି ରାସ୍ତା ପାର ହୋଇ ଗାଁ ପାଖ ଜଙ୍ଗଲରେ ଅଛନ୍ତି। ବନ ବିଭାଗ ପକ୍ଷରୁ ସେଠାରେ ଏଲିଫ୍ୟାଣ୍ଟ୍‌ ଟ୍ରାକର ସ୍କ୍ୱାଡ୍‌ ଜଗି ରହିଛନ୍ତି।

Related story