ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୁଲିସ୍କୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଶେଖର ଥାନା ପୁଲିସ୍ ହାତରେ ଧରାପଡ଼ିଛି ଜଣେ ବଡ଼ ଲୁଟେରା। ଲୁଟେରା ଜଣକ ହେଲା ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁମାର ନିଶାଙ୍କ।
ତାଙ୍କ ପାଖରୁ ବହୁମାତ୍ରାରେ ଲୁଟ୍ ସାମଗ୍ରୀ ଜବତ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲ୍ୟାପଟପ୍, ୪୩ଟି ମୋବାଇଲ୍, ୨୭ଟି ହାତଘଣ୍ଟା, ୩ଟି ଟାବ୍ଲେଟ୍, ୨ଟି ଏଲ୍ଇଡି ଟିଭି, ୩ଟି ଡିଜିଟାଲ୍ କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କ, କାଲ୍କୁଲେଟର, ଗିଟାର, ମ୍ୟୁଜିକ୍ ସିଷ୍ଟମ୍ ଏବଂ ଗୋଟିଏ ଗ୍ରାଇଣ୍ଡର ସେଟ୍ ଜବତ ହୋଇଛି।
ଚୋରି କରିଥିବା ୩୩ ପ୍ରକାର ସାମଗ୍ରୀ ସହ ଗୋଟିଏ ବାଇକ୍, ଏବଂ ଘର ଭାଙ୍ଗିବା ଲାଗି ହତଆର ଜବତ କରିଛି ପୁଲିସ୍। ତା’ଠାରୁ ପାସ୍ପୋର୍ଟ, ଆଧାର କାର୍ଡ, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ମଧ୍ୟ ଜବତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।