ହୋଟେଲ ମାଲିକଙ୍କୁ ରାସ୍ତାରୁ ଉଠାଇନେଲ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଜଣେ ହୋଟେଲ୍‌ ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏ ଘଟଣା ଘଟିଛି। ଅପହୃତ ହୋଇଥିବା ହୋଟେଲ୍ ମାଲିକଙ୍କ ନାଁ ସୁନୀଲ ସାହୁ। ଅଭିଯୋଗ ଅନୁଯାୟୀ, ସୁନୀଲ ଗତକାଲି ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ନିଜ ଗାଁ ଡଙ୍ଗରଭେଜାରୁ ସ୍କୁଟିରେ ନବରଙ୍ଗପୁର ଫେରୁଥିବା ବେଳେ ଖୁଂଟିଆ ଓ ସିନ୍ଧିଗୁଡ଼ା ଗାଁ ମଝିରେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରି ଗାଡ଼ିରେ ନେଇ […]

677900

677900

Tapaswini Nayak
  • Published: Friday, 09 November 2018
  • Updated: 09 November 2018, 09:17 AM IST

Sports

Latest News

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଜଣେ ହୋଟେଲ୍‌ ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏ ଘଟଣା ଘଟିଛି। ଅପହୃତ ହୋଇଥିବା ହୋଟେଲ୍ ମାଲିକଙ୍କ ନାଁ ସୁନୀଲ ସାହୁ।

ଅଭିଯୋଗ ଅନୁଯାୟୀ, ସୁନୀଲ ଗତକାଲି ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ନିଜ ଗାଁ ଡଙ୍ଗରଭେଜାରୁ ସ୍କୁଟିରେ ନବରଙ୍ଗପୁର ଫେରୁଥିବା ବେଳେ ଖୁଂଟିଆ ଓ ସିନ୍ଧିଗୁଡ଼ା ଗାଁ ମଝିରେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରି ଗାଡ଼ିରେ ନେଇ ଯାଇଥିଲେ।

କିଛି ଲୋକ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସୁନୀଲଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

ଏଫ୍‌ସିଆଇ ନିକଟରେ ସୁନୀଲଙ୍କର ରକିସାନ୍‌ ନାଁରେ ଏକ ହୋଟେଲ୍ ଓ ଲଜ୍ ରହିଛି।

ତେବେ ଏନେଇ ପୁଲିସ୍ ଓ ତାଙ୍କ ଘର ଲୋକେ କିଛି କହିବାକୁ ମନା କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos