ଗାଁ ଲୋକଙ୍କ ଅନ୍ଧବିଶ୍ୱାସର ପରିଣାମ, ୨୫ ବର୍ଷ ହେଲା ଜଙ୍ଗଲରେ ରହୁଛନ୍ତି ଶତାୟୁ ବୃଦ୍ଧା

ପାଟଣାଗଡ଼ (କରୁଣାକର ବୁଡ଼େକ): ଲୋକଙ୍କ ଅନ୍ଧବିଶ୍ୱାସ ଯୋଗୁ ଜଣେ ଶତାୟୁ ବୃଦ୍ଧା ଜଙ୍ଗଲରେ ରହୁଛନ୍ତି। ତାହା ପୁଣି ଦୀର୍ଘ ୨୫ ବର୍ଷ ହେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ୍ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁରେ। ଏହି ଶତାୟୁ ବୃଦ୍ଧାଙ୍କ ନାଁ ପ୍ରତିମା ଧରୁଆ। ଚଲାବୁଲା କରିବାକୁ ତାଙ୍କ ଦେହରେ ଆଉ ଶକ୍ତି ନାହିଁ। ଆଖିକୁ ବି ଭଲ ଦେଖାଯାଉ ନାହିଁ। କିନ୍ତୁ ଏମିତି ସ୍ଥିତିରେ ବି ସେ ଗାଁ ଠାରୁ ପ୍ରାୟ […]

Pratima

Pratima

Jitendra Garnayak
  • Published: Monday, 20 December 2021
  • Updated: 20 December 2021, 07:55 PM IST

Sports

Latest News

ପାଟଣାଗଡ଼ (କରୁଣାକର ବୁଡ଼େକ): ଲୋକଙ୍କ ଅନ୍ଧବିଶ୍ୱାସ ଯୋଗୁ ଜଣେ ଶତାୟୁ ବୃଦ୍ଧା ଜଙ୍ଗଲରେ ରହୁଛନ୍ତି। ତାହା ପୁଣି ଦୀର୍ଘ ୨୫ ବର୍ଷ ହେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ୍ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁରେ।

ଏହି ଶତାୟୁ ବୃଦ୍ଧାଙ୍କ ନାଁ ପ୍ରତିମା ଧରୁଆ। ଚଲାବୁଲା କରିବାକୁ ତାଙ୍କ ଦେହରେ ଆଉ ଶକ୍ତି ନାହିଁ। ଆଖିକୁ ବି ଭଲ ଦେଖାଯାଉ ନାହିଁ। କିନ୍ତୁ ଏମିତି ସ୍ଥିତିରେ ବି ସେ ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟ ଦୂରରେ ଜଙ୍ଗଲରେ ଏକାକୀ ରହିବାକୁ ବାଧ୍ୟ ହୋଇଛନ୍ତି। ପୁଅନାତି କରି ଦେଇଥିବା ଏକ ଖପର ଘରେ ସେ ରହୁଛନ୍ତି। ପରିବାର ଲୋକେ ନେଇ ଦେଲେ ଖାଉଛନ୍ତି। ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି, ହେଲେ ଚାଉଳ ମିଳୁ ନାହିଁ।

ପ୍ରତିମା କହିଛନ୍ତି ଯେ ଗାଁ ଲୋକେ ତାଙ୍କୁ ଡାହାଣୀ ବୋଲି କହୁଥିଲେ। ସେଥିପାଇଁ ସେମାନେ ତାଙ୍କୁ ଗାଁରୁ ତଡ଼ି ଦେଇଥିଲେ।

ପୂର୍ବରୁ ଭାଲୁଡୁଙ୍ଗୁରୀ ଗାଁରେ ଘର ସଂସାର କରି ରହିଥିବା ପ୍ରତିମାଙ୍କର ଭଗବାନଙ୍କ ଉପରେ ଭାରି ବିଶ୍ୱାସ। ସେ ପୂଜାପାଠରେ ବେଶ୍ ମନ ଦେଉଥିଲେ। ସକାଳୁ ଗାଧୋଇ ତୁଳସୀ ଚଉରା ମୂଳରେ ପାଣି ଦେଇ ଠାକୁରଙ୍କୁ ପ୍ରାର୍ଥନା କରୁଥିଲେ। ଆଉ ତାଙ୍କର ଏହି ପୂଜାପାଠକୁ ଦେଖି ଗାଁ ଲୋକେ ଭାବି ନେଲେ ଯେ ସେ ଗୁଣିଗାରେଡ଼ି କରୁଛନ୍ତି। ସେଥିପାଇଁ ସେମାନେ ପ୍ରତିମାଙ୍କୁ ଡାହାଣୀ ଆଖ୍ୟା ଦେଇ ଗାଁରୁ ବାସନ୍ଦ କରି ତଡ଼ି ଦେଇଥିଲେ।

ଏ ସଂପର୍କରେ ଜାଣିବା ପରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଅନେକ ଲୋକ। ତୁରନ୍ତ ପ୍ରଶାସନ ଏ ଘଟଣାରେ ହସ୍ତକ୍ଷେପ କରିବା ସହିତ ଶତାୟୁ ବୃଦ୍ଧା ଜଣଙ୍କୁ ଜଙ୍ଗଲରୁ ସ୍ଥାନାନ୍ତର କରିବା ଉଚିତ୍ ବୋଲି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos