ଟିଟିଲାଗଡ଼ (ମାନସ ରଞ୍ଜ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ହାଟପଦା ପଡ଼ାଠାରେ ଥିବା ଚେକ୍ଡ୍ୟାମ୍ରେ ଏକ ଜିପ୍ ଖସିପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଗାଡ଼ି ଡ୍ରାଇଭର ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ତାଙ୍କ ବ୍ୟତୀତ ଗାଡ଼ିରେ ଆଉ କେହି ନଥିଲେ ବୋଲି ଜଣାପଡ଼ିଛି।
ଆଜି ଦିନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜିପ୍ଟି ହାଡ଼ପଡ଼ା ପେଟ୍ରୋଲପମ୍ପରୁ ଦ୍ରୁତଗତିରେ ଆସି ଚେକ୍ଡ୍ୟାମ୍ରୁ ୩୦ ଫୁଟ ତଳକୁ ଖସିପଡ଼ିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଗାଡ଼ିଟିକୁ ପାଣିରୁ ବାହାର କରାଯାଇ ନାହିଁ।
ଏନେଇ ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, “ଜିପ୍ରେ ଡ୍ରାଇଭର ଏକୁଟିଆ ଥିଲେ। ସେ ଭୁଲ୍ ବଶତଃ ରାଇଟ୍ ସାଇଟ୍କୁ କାଟିବା ବେଳେ ଗାଡ଼ିଟି ଡ୍ୟାମ୍ ତଳକୁ ଖସି ପଡ଼ିଲା। ଖବର ପାଇ ଆମେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ତେବେ ଡ୍ରାଇଭର ପହଁରି କୂଳକୁ ପଳାଇ ଆସିଥିଲେ। ଗାଡ଼ିରେ ଡ୍ରାଇଭର ଏକୁଟିଆ ଥିଲେ ବୋଲି ନିଜେ କହିଥିଲେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।