୯ ମାସ ହେଲା ମିଳୁନି ବାୟୋସ୍ପି ରିପୋର୍ଟ, ବିପଦରେ କ୍ୟାନ୍ସର ରୋଗୀ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ୯ ମାସ ହେଲା କ୍ୟାନ୍ସର ରୋଗୀଙ୍କୁ ମିଳୁନି ବାୟୋସ୍ପି ରିପୋର୍ଟ । ଅନ୍ୟପକ୍ଷରେ ରୋଗର ପ୍ରକୃତ ସ୍ଥିତି ସମ୍ପର୍କରେ ଅଜ୍ଞ ଥିବା ଡାକ୍ତର ରୋଗୀଙ୍କ ଚିକିତ୍ସା ଆରମ୍ଭ କରି ଦେଇଛନ୍ତି। ହେଲେ ତାହା କେତେ ଫଳପ୍ରଦ ହେବ ସେ ସମ୍ପର୍କରେ ସେମାନେ ବି ନିରୁତ୍ତର । ଏକ ଘରୋଇ ସଂସ୍ଥାର ମନୋମୁଖି କାର୍ଯ୍ୟକଳାପ ପାଇଁ ଜଣେ କ୍ୟାନସର ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଇଛି। ଏପରି ସମସ୍ୟା ଭୋଗୁଛନ୍ତି ସୋନପୁର ଜିଲ୍ଲାର କ୍ୟାନସର […]

blng

blng

Niharika Rout
  • Published: Saturday, 01 October 2022
  • Updated: 01 October 2022, 02:06 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ୯ ମାସ ହେଲା କ୍ୟାନ୍ସର ରୋଗୀଙ୍କୁ ମିଳୁନି ବାୟୋସ୍ପି ରିପୋର୍ଟ । ଅନ୍ୟପକ୍ଷରେ ରୋଗର ପ୍ରକୃତ ସ୍ଥିତି ସମ୍ପର୍କରେ ଅଜ୍ଞ ଥିବା ଡାକ୍ତର ରୋଗୀଙ୍କ ଚିକିତ୍ସା ଆରମ୍ଭ କରି ଦେଇଛନ୍ତି। ହେଲେ ତାହା କେତେ ଫଳପ୍ରଦ ହେବ ସେ ସମ୍ପର୍କରେ ସେମାନେ ବି ନିରୁତ୍ତର । ଏକ ଘରୋଇ ସଂସ୍ଥାର ମନୋମୁଖି କାର୍ଯ୍ୟକଳାପ ପାଇଁ ଜଣେ କ୍ୟାନସର ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଇଛି। ଏପରି ସମସ୍ୟା ଭୋଗୁଛନ୍ତି ସୋନପୁର ଜିଲ୍ଲାର କ୍ୟାନସର ରୋଗୀ କସ୍ତୁରୀ ରଥ ।

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ନିଦାନ କେନ୍ଦ୍ରରେ କସ୍ତୁରୀ ରଥଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏହାପରେ ପରୀକ୍ଷା ନିମନ୍ତେ ତାହାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା।  କିନ୍ତୁ ୯ ମାସ ପରେ ବି ରିପୋର୍ଟ ମିଳିନଥିବା ଅଭିଯୋଗ ହୋଇଛି ।

ରିପୋର୍ଟ ପାଇଁ କସ୍ତୁରୀଙ୍କ ସମ୍ପର୍କୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ହେଲେ ଏ ଯାଏ ରିପୋର୍ଟ ପାଇପାରି ନାହାନ୍ତି। ରିପୋର୍ଟ ଆସିନଥିବାରୁ କସ୍ତୁରୀ ସଠିକ ଚିକିତ୍ସା ପାଇ ପାରୁନାହାନ୍ତି। ଆଉ ଦିନକୁ ଦିନ ତାଙ୍କ ଅବସ୍ଥା ଗୁରୁତର ହେଉଛି।

ଏନେଇ ବଲାଙ୍ଗିର ଏଡିଏମ୍ଓ ପ୍ରଭାତ କୁମାର ରଥ କହିଛନ୍ତି, ସମ୍ପୃକ୍ତ ରୋଗୀଙ୍କ ରିପୋର୍ଟ ଆମେ ପାଇପାରିନୁ । ଏନେଇ ଟେକ୍‌ ମେଡ୍‌ ନାମକ ସଂସ୍ଥାର ମୁଖ୍ୟଙ୍କୁ ଯୋଗାଯୋଗ କଲେବି ସେ କୌଣସି ଉତ୍ତର ଦେଉ ନାହାନ୍ତି। ଉକ୍ତ ସଂସ୍ଥା ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଇପାରୁନି। ଆମେ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଦେଇଛୁ। କିନ୍ତୁ ରିପୋର୍ଟ ଆସିଲେ ସଠିକ୍‌ ଚିକିତ୍ସା ସୁବିଧା ଦିଆଯାଇପାରନ୍ତା ଓ ତାହା ଫଳପ୍ରଦ ହୁଅନ୍ତା । ଫଳରେ ରୋଗୀ ବିପଦମୁକ୍ତ ହୋଇପାରନ୍ତେ ।

ସୂଚନାଯୋଗ୍ୟ,  ବଡ଼ ବଡ଼ ରୋଗ ନିରୂପଣ ପାଇଁ ଘରୋଇ ସଂସ୍ଥା ଟେକ୍‌ ମେଡ୍‌ ମାଧ୍ୟମରେ ରାଜ୍ୟ ସରକାର ହସପିଟାଲ ମାନଙ୍କରେ ନିଦାନ କେନ୍ଦ୍ର ଖୋଲିଛନ୍ତି । ନିଦାନ କେନ୍ଦ୍ରରେ ନମୁନା ସଂଗ୍ରହ କରି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲକୁ ପଠାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos