ସିଙ୍ଗିବାରୀରେ କଙ୍ଗାରୁ କୋର୍ଟ: ଆଇନଜୀବୀଙ୍କୁ ନିଆଁ,ପାଣି ବାସନ୍ଦ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଗାଁର ଏକ ଜମି ବିବାଦ ମାମଲାକୁ କୋର୍ଟକୁ ନେବାକୁ ନେଇ ଜଣେ ଆଇନଜୀବୀଙ୍କୁ ଏକଘରକିଆ କରି ଦିଆଯାଇଛି। ଗାଁରେ ତାଙ୍କୁ ନିଆଁ, ପାଣି ବାସନ୍ଦ କରାଯାଇଛି। ଏଭଳି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଙ୍ଗିବାରୀ ଗାଁରୁ। ଏହି ଆଇନଜୀବୀଙ୍କ ନାଁ ହୃଦାନନ୍ଦ ବେହେରା। ସେ ଖଣ୍ଡପଡ଼ା ବାର୍‌ ଆସୋସିଏସନ୍‌ର ସଦସ୍ୟ ଅଛନ୍ତି। ଏ ଘଟଣା ନେଇ ହୃଦାନନ୍ଦ କହିଛନ୍ତି,“ଗାଁର ସୁଦର୍ଶନ ବେହେରା ଓ ବିଭୂତି ଭୂଷଣ ବେହେରାଙ୍କ […]

nayagarh

nayagarh

Jitendra Garnayak
  • Published: Sunday, 12 May 2019
  • Updated: 12 May 2019, 12:08 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଗାଁର ଏକ ଜମି ବିବାଦ ମାମଲାକୁ କୋର୍ଟକୁ ନେବାକୁ ନେଇ ଜଣେ ଆଇନଜୀବୀଙ୍କୁ ଏକଘରକିଆ କରି ଦିଆଯାଇଛି। ଗାଁରେ ତାଙ୍କୁ ନିଆଁ, ପାଣି ବାସନ୍ଦ କରାଯାଇଛି। ଏଭଳି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଙ୍ଗିବାରୀ ଗାଁରୁ।

ଏହି ଆଇନଜୀବୀଙ୍କ ନାଁ ହୃଦାନନ୍ଦ ବେହେରା। ସେ ଖଣ୍ଡପଡ଼ା ବାର୍‌ ଆସୋସିଏସନ୍‌ର ସଦସ୍ୟ ଅଛନ୍ତି।

ଏ ଘଟଣା ନେଇ ହୃଦାନନ୍ଦ କହିଛନ୍ତି,“ଗାଁର ସୁଦର୍ଶନ ବେହେରା ଓ ବିଭୂତି ଭୂଷଣ ବେହେରାଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ କୋର୍ଟରେ ଏକ ମାମଲା ଚାଲିଛି। ମୁଁ ଏହି କେସ୍ ବୁଝାବୁଝି କରୁଛି। ତେବେ ଗାଁ କେସ୍ କୋର୍ଟରେ ଲଢ଼ିବା ଠିକ୍ ନୁହେଁ ବୋଲି ଗ୍ରାମବାସୀ କହିଥିଲେ। ସେଥିପାଇଁ ସେମାନେ ଗତ ୧୦ ତାରିଖ ରାତି ୧୧ଟାରେ ମୋତେ କଙ୍ଗାରୁ କୋର୍ଟକୁ ଡାକି ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ କହିଥିଲେ। ମୁଁ ଏଥିରେ ରାଜି ହେଲି ନାହିଁ। ସେଥିପାଇଁ ମୋତେ ଗାଁରୁ ବାସନ୍ଦ କରି ଦେଇଛନ୍ତି। ବିଭିନ୍ନ ପ୍ରକାର ଧମକ ମଧ୍ୟ ଦେଉଛନ୍ତି। ମୁଁ ଏ ନେଇ ପୁଲିସ୍‌କୁ ଜଣାଇଛି।”

କଙ୍ଗାରୁ କୋର୍ଟର ନିର୍ଦ୍ଦେଶ ମୁତାବକ, ହୃଦାନନ୍ଦଙ୍କ ପରିବାର ଲୋକେ ଏବେ ଗାଁର କୌଣସି ଦୋକାନରୁ ରାସନ ସମାଗ୍ରୀ ଅବା ଅନ୍ୟାନ୍ୟ କୌଣସି ଜିନିଷପତ୍ର କିଣିପାରୁ ନାହାନ୍ତି। ଏମିତିକି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପୋଖରୀ, ନଳକୂପ ଓ କୂଅ ଆଦି ସେମାନେ ବ୍ୟବହାର କରିପାରିବେ ନାହିଁ।

ହୃଦାନନ୍ଦ ଏନେଇ ଖଣ୍ଡପଡ଼ା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଏକ ମାମଲା ରୁଜୁ କରିଛି। ତେବେ ଏଯାଏ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story