ତହସିଲ ଅଫିସ୍‌ରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ଶିବାଜୀ ଦାସ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗାଁରେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜମିଜମା ମାମଲାରୁ ଶିବାଜୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ କହିଛନ୍ତି, “୨୦୧୭ରୁ ଆମର ଡିମାର୍କେସନ୍ କାର୍ଯ୍ୟ ସରିଥିଲା। କିନ୍ତୁ ଆମ ବିପକ୍ଷ ପାର୍ଟି ନୋଟିସ୍ କରିଥିଲେ। ତେଣୁ ତହସିଲଦାର […]

Tahasil Office

  • Published: Tuesday, 26 July 2022
  • , Updated: 26 July 2022, 06:00 PM IST

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ଶିବାଜୀ ଦାସ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗାଁରେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜମିଜମା ମାମଲାରୁ ଶିବାଜୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ କହିଛନ୍ତି, “୨୦୧୭ରୁ ଆମର ଡିମାର୍କେସନ୍ କାର୍ଯ୍ୟ ସରିଥିଲା। କିନ୍ତୁ ଆମ ବିପକ୍ଷ ପାର୍ଟି ନୋଟିସ୍ କରିଥିଲେ। ତେଣୁ ତହସିଲଦାର ମାଡମ୍ ଆମକୁ ଡକେଇ ଥିଲେ। ବିପକ୍ଷ ପାର୍ଟିକୁ ମାଡମ କହିଥିଲେ ଯେ ଥରେ ମାପ ହୋଇଛି ମାନେ ଆଉ ହେବନି। ଏହା ସହିତ ସେମାନଙ୍କୁ ସିଭିଲ କୋର୍ଟକୁ ଯିବାକୁ କହିଥିଲେ। କିନ୍ତୁ ସେମାନେ ସିଭିଲ୍ କୋର୍ଟକୁ ନଯାଇ ପ୍ରାଇଭେଟ୍ ଅମିନ ଆଣି ସରକାରୀ କର୍ମଚାରୀଙ୍କ ଦସ୍ତଖତ ନେଇ ପୁଣି ସେହି ଜାଗାରେ ମାପ କରିଥିଲେ। ସେତେବେଳେ ଆମେ କେହି ଘରେ ନଥିଲୁ। ସେମାନେ ଆମ ଜାଗାରୁ ବାଡ଼ ଉପାଡ଼ି ଫୋପାଡ଼ି ଦେଇଥିଲେ।

ଏହି ଘଟଣା ପରେ ଆମେ ପୁଣି ତହସିଲଦାର ମାଡମ୍‌ଙ୍କୁ ଦେଖା କରିଥିଲୁ। ମାଡମ୍ କହିଥିଲେ ଯେ ତା’ହେଲେ ଆଉ ଥରେ ମାପ କରାଯିବ। ୭ ଦିନ ପରେ ମାପ କରିବାକୁ ସେ କହିଥିଲେ। ୭ ଦିନ ପରେ ଆମେ ଯେତେବେଳେ ଗଲୁ ତହସିଲଦାର ମାଡମ୍ କହିଲେ ଆଉ ୭ ଦିନ ପରେ କରିବା। ତା’ପରେ ଆମେ ଅନୁରୋଧ କରିବାରୁ ସେ ମାପ କରିବା ନେଇ ନୋଟିସ୍ କଲେ। ଜୁଲାଇ ୨୫ (ଗତକାଲି)ରେ ମାପ କରିବାକୁ ସେ ନୋଟିସ୍ ଦେଇଥିଲେ। ଆର୍‌ଆଇ ଓ ପୁଲିସ୍‌ଙ୍କୁ ମଧ୍ୟ ନୋଟିସ୍ ହୋଇଥିଲା। କିନ୍ତୁ କାଲି କେହି ଆସିଲେନି। ଆମେ ଦିନ ୧୨ଟା ବେଳେ ତହସିଲ ଅଫିସ୍ ଆସିଲୁ। ପଚାରିବାରୁ ତହସିଲଦାର କହିଲେ ଆଉ ମାପ ହୋଇପାରିବନି। ବିପକ୍ଷ ଗୋଷ୍ଠୀ ବାଡ଼ ଉପାଡ଼ିବା ବେଳେ କ’ଣ ପାଇଁ ତୁମେ ନଥିଲ ବୋଲି ଓଲଟି ପ୍ରଶ୍ନ କରି ଆମକୁ ଥାନାକୁ ଯାଇ ପୁଲିସ୍ ନେଇ ମାପ କରେଇ ଦିଅ ବୋଲି କହିଥିଲେ। ତେଣୁ ବାଧ୍ୟ ହୋଇ ବିଷ ପିଇ ଦେଲି।”

ତହସିଲଦାର ଅନିତା ନାୟକ କହିଛନ୍ତି, ଗତକାଲି ମାପ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଅମିନ ଯିବାର ଥିଲା। କିନ୍ତୁ ହଠାତ୍‌ ସରକାରଙ୍କ ଏକ ମାପ ଦରକାର ପଡ଼ିବାରୁ ଅମିନ ସେଠାକୁ ଚାଲି ଯାଇଥିଲେ। ତେଣୁ ଆମେ ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରିଥା’ନ୍ତୁ। କିନ୍ତୁ ଆଜି ସେ (ଶିବାଜୀ ଦାସ) ହଠାତ୍ ଆସି ଅଫିସ୍‌ରେ ବିଷ ପିଇ ଦେଇଥିଲେ।

ସେ ଆହୁରି କହିଛନ୍ତି, ମୁଁ ତାଙ୍କୁ କହୁଥିଲି ଯେ ଯେହେତୁ ଏଇଟା ବର୍ଷା ଋତୁ ତେଣୁ ମାପ ଚେନ୍‌ ଠିକ୍ ସେ ପଡ଼ିବନି। ତେଣୁ ଆମେ ଆଉ ଟିକେ ଅପେକ୍ଷା କରିବା। କିନ୍ତୁ ସେ ଭାବିନେଲେ ଯେ ତହସିଲ ସହଯୋଗ କରୁନି।

Related story