କୂଅରୁ ମିଳିଲା ୩ ଛୁଆଙ୍କ ମୃତଦେହ, ବାପା ଫେରାର

କୋଇଡ଼ା (ସୁନୀଲ ପଣ୍ଡା): ମଦ୍ୟପ ବାପାର ନୃଶଂସକାଣ୍ଡ। ସ୍ତ୍ରୀ ସହିତ ଝଗଡ଼ା କରିବା ପରେ ତିନି ଛୁଆଙ୍କୁ ମାରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କୁଲା ଗାଁରେ। ମୃତ ତିନି ଶିଶୁଙ୍କ ବୟସ ଯଥାକ୍ରମେ ୫ ବର୍ଷ, ୨ ବର୍ଷ ଓ ୨ ମାସ। ପୁଲିସ୍ ଓ ଅଗ୍ନିଶମ ବାହିନୀ ଆସି କୂଅରୁ ତିନି ଶିଶୁଙ୍କ ମୃତଦେହକୁ ବାହାର କରିଥିଲେ। ପୁଲିସ୍ […]

Murder

Jitendra Garnayak
  • Published: Sunday, 01 May 2022
  • , Updated: 01 May 2022, 02:13 PM IST

କୋଇଡ଼ା (ସୁନୀଲ ପଣ୍ଡା): ମଦ୍ୟପ ବାପାର ନୃଶଂସକାଣ୍ଡ। ସ୍ତ୍ରୀ ସହିତ ଝଗଡ଼ା କରିବା ପରେ ତିନି ଛୁଆଙ୍କୁ ମାରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କୁଲା ଗାଁରେ।

ମୃତ ତିନି ଶିଶୁଙ୍କ ବୟସ ଯଥାକ୍ରମେ ୫ ବର୍ଷ, ୨ ବର୍ଷ ଓ ୨ ମାସ। ପୁଲିସ୍ ଓ ଅଗ୍ନିଶମ ବାହିନୀ ଆସି କୂଅରୁ ତିନି ଶିଶୁଙ୍କ ମୃତଦେହକୁ ବାହାର କରିଥିଲେ। ପୁଲିସ୍ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଭିଯୁକ୍ତର ନାଁ ପାଣ୍ଡୁ ମୁଣ୍ଡା। ସେ ଫେରାର ହୋଇଯାଇଛି। ପାଣ୍ଡୁର ସ୍ତ୍ରୀ ବୁଦୁଲି ମୁଣ୍ଡା କହିଛନ୍ତି, ଗତକାଲି ରାତିରେ ସେ ମଦ ପିଇ ଘରକୁ ଫେରିଥିଲା ଓ ମୋ ସହିତ ଝଗଡ଼ା କରିଥିଲା। ତା’ସହିତ ମାରପିଟ ବି କରିଥିଲା। ମୋତେ ଚୁପ୍ ହୋଇ ବସିବାକୁ କହି ଏକ ଟାଙ୍ଗିଆ ଆଣିଥିଲା ହାଣିବାକୁ। ଏହା ଦେଖି ମୁଁ ଘରୁ ଦୌଡ଼ି ପଳାଇଥିଲି। ସେତେବେଳେ ଘରେ ଛୁଆମାନେ ଶୋଇଥିଲେ। ମୁଁ ଘରୁ ପଳାଇ ଆସିବା ପରେ ରାତିରେ କେତେବେଳେ ସେ ଛୁଆମାନଙ୍କୁ ମାରି କୂଅରେ ଫିଙ୍ଗି ଦେଇଛି। ଆଜି ସକାଳେ ମୁଁ ଜାଣିଲି ସେ ଛୁଆ ମାନଙ୍କୁ କୂଅରେ ଫିଙ୍ଗି ଦେଇଛି।

ପାଣ୍ଡୁ ସ୍ତ୍ରୀ ଉପରେ ଥିବା ରାଗକୁ ଛୁଆଙ୍କ ଉପରେ ସୁଝାଇଛି ନା ଆଉ କିଛି କାରଣ ରହିଛି, ତାହା ସେ ଧରାପଡ଼ିବା ପରେ ଜଣାପଡ଼ିବ। ପୁଲିସ୍ ଘଟଣାର ତଦନ୍ତ କରୁଛି। ତା’ସହିତ ଫେରାର ଅଭିଯୁକ୍ତକୁ ପୁଲିସ୍ ଖୋଜୁଛି।

Related story