ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଫେସବୁକ୍‌ରୁ ଆରମ୍ଭ ହେଲା ପ୍ରେମ। ହେଲେ କିଛି ଦିନର ଚାଟିଂ ପରେ ଯୁବତୀଜଣକ ଅନ୍ୟତ୍ର ବିବାହ କରିବାରୁ ଉତ୍ତ୍ୟକ୍ତ ଯୁବକ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେଇଥିଲେ। ଯୁବତୀଙ୍କ ଅଭିଯୋଗ ପରେ ରାଉରକେଲା ସାଇବର ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ବିହାରର ମୁଙ୍ଗେରରୁ ଗତକାଲି ଗିରଫ କରି ଆଣିଛି।

ପୁଲିସ୍‌ ସୂଚନାରୁ ଜଣାଯାଇଛି, ଯୁବତୀଙ୍କ ଘର ରାଉରକେଲାରେ ହୋଇଥିବା ବେଳେ ଯୁବକଙ୍କ ଘର ବିହାରରେ। ତାଙ୍କ ନାମ ଅମନଜିତ ଶର୍ମା। ପ୍ରଥମେ ଫେସ୍‌ବୁକ୍‌ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା। ଏହାପରେ ଉଭୟଙ୍କ ମଧ୍ୟରେ କିଛି ଦିନର ଚାଟିଂ ଚାଲିଥିଲା। କିନ୍ତୁ ୨ ମାସ ପୂର୍ବେ ଯୁବତୀଜଣକ ଅନ୍ୟତ୍ର ବିବାହ କରିନେଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ପଡ଼ିଥିବା ଯୁବକଜଣକ କିଛି ଫେକ୍‌ ଆଇଡି ଖୋଲି ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେଲେ।

ଅଭିଯୋଗ ପାଇବା ପରେ ରାଉରକେଲା ପୁଲିସ୍‌ ବିହାରରୁ ତାଙ୍କୁ ଗିରଫ କରି ଆଣିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।