ଦୁଷ୍କର୍ମରେ ବିଫଳ ହେବାରୁ ରାଗ ସୁଝାଇଲେ

ତେଲକୋଇ(ପ୍ରଣୟ ପାଣି): କେନ୍ଦୁଝର ଜିଲା ତେଲକୋଇ ବେଣା ଗ୍ରାମରେ ଅଭାବନୀୟ ଘଟଣାଟିଏ ଘଟିଛି। ଜଣେ ଯୁବତୀ ଏବେ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ହେଲେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବାସ୍ତବରେ  ଯୁବତୀ ଜଣକ ଏକ ଭୟଙ୍କର ବିପତ୍ତିରୁ ବର୍ତ୍ତିବାକୁ ଯାଇ ଏଭଳି ସ୍ଥିତିରେ ପଡିଥିବା କହିଲେ ଅତ୍ୟୁକ୍ତି ହେବନି । ତା ହେଲେ ଆସନ୍ତୁ ଜାଣିବା କ’ଣ ପାଇଁ ଯୁବତୀ ଜଣକ ଡାକ୍ତରଖାନାର ପଡିଛନ୍ତି। ରାତିରେ ଏବେ ଭାରି ଗରମ ହେଉଛି। ଆଉ ଏଇଥିପାଇଁ ଘର […]

kamudi

kamudi

Rakesh Mallick
  • Published: Friday, 25 May 2018
  • Updated: 25 May 2018, 12:06 PM IST

ତେଲକୋଇ(ପ୍ରଣୟ ପାଣି): କେନ୍ଦୁଝର ଜିଲା ତେଲକୋଇ ବେଣା ଗ୍ରାମରେ ଅଭାବନୀୟ ଘଟଣାଟିଏ ଘଟିଛି। ଜଣେ ଯୁବତୀ ଏବେ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ହେଲେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବାସ୍ତବରେ  ଯୁବତୀ ଜଣକ ଏକ ଭୟଙ୍କର ବିପତ୍ତିରୁ ବର୍ତ୍ତିବାକୁ ଯାଇ ଏଭଳି ସ୍ଥିତିରେ ପଡିଥିବା କହିଲେ ଅତ୍ୟୁକ୍ତି ହେବନି ।

ତା ହେଲେ ଆସନ୍ତୁ ଜାଣିବା କ’ଣ ପାଇଁ ଯୁବତୀ ଜଣକ ଡାକ୍ତରଖାନାର ପଡିଛନ୍ତି।

ରାତିରେ ଏବେ ଭାରି ଗରମ ହେଉଛି। ଆଉ ଏଇଥିପାଇଁ ଘର ଭିତରେ ନ ଶୋଇ ଗାଁ ଗହଳିରେ ଲୋକେ ବାହାରେ ଶୋଉଛନ୍ତି। ଶନିବାର ମଧ୍ୟ ଠିକ୍‌ ସେମିତି ହୋଇଥିଲା। ପ୍ରଚଣ୍ଡ ଗୁଳୁଗୁଳି ଯୋଗୁ ବେଣା ଗ୍ରାମର ଗୋଟିଏ ପରିବାରର ୨ ଭଉଣୀ ଘର ବାହାରେ ବାରଣ୍ଡାରେ ଶୋଇଥିଲା। ଏତିକି ବେଳେ ଗ୍ରାମର ଅରକ୍ଷିତ ନାୟକ(୨୪) ରାତି ଅଧରେ ଆସି ଶୋଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ହେଲେ ନିଶାଶକ୍ତ ଅବସ୍ଥାରେ ସିନା ଏମିତି ପାପା କରିବାକୁ ଗୋଡ କାଢିଥିଲେ ହେଲେ ସେ ବିଫଳ ହେଲେ। ଦୁଇ ଭଉଣୀ ମିଶି ଅରକ୍ଷିତଙ୍କୁ ବିଦା କରି ଦେଇଥିଲେ। ଏତିକି ବେଳେ ରାଗି ଯାଇଥିଲେ ଅରକ୍ଷିତ। ଦୁଷ୍କର୍ମ କରିବାକୁ ବିଫଳ ହେବା ପରେ ରାଗିଗଲେ ଆଉ ଯୁବତୀଙ୍କୁ କାମୁଡି ଦେଲେ।

ଏହି ଘଟଣା ପରେ ଶନିବାର ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଏଣେ ଅରକ୍ଷିତଙ୍କ କାମୁଡାରେ ଗୁରୁତର ହୋଇଥିବା ଯୁବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos