ଘାନାରୁ ଆସି ୧୮ ଲକ୍ଷ ନେଇ ଛୁ ମାରିବାକୁ ବସିଥିଲେ

ଅନୁଗୋଳ(ବିରଜା ଦାସ): କଟକ ଶିଶୁ ଭବନର ଡାକ୍ତର ପ୍ରଫେସର ମଙ୍ଗଳ ଚରଣଙ୍କ ମୁର୍ମୁଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ନେଇ ଫେରାର ହେବାକୁ ବସିଥିବା ଘାନାର ଜଣେ ନାଗରିକ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାଁ ନିକୋଲସ୍‌ କଜବୟେ। ତାଙ୍କ ପାଖରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ତା’ ସହିତ ତାଙ୍କ ପାସ୍‌ପୋର୍ଟ ବି ଜବତ କରାଯାଇଛି। ଅନୁଗୋଳ ଥାନାରେ ପୁଲିସ୍‌ ଏକ ମାମଲା ରୁଜୁ କରି କଟକ ଲାଲବାଗ୍‌ […]

ghana12

Jitendra Garnayak
  • Published: Thursday, 03 January 2019
  • , Updated: 03 January 2019, 03:00 PM IST

ଅନୁଗୋଳ(ବିରଜା ଦାସ): କଟକ ଶିଶୁ ଭବନର ଡାକ୍ତର ପ୍ରଫେସର ମଙ୍ଗଳ ଚରଣଙ୍କ ମୁର୍ମୁଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ନେଇ ଫେରାର ହେବାକୁ ବସିଥିବା ଘାନାର ଜଣେ ନାଗରିକ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାଁ ନିକୋଲସ୍‌ କଜବୟେ। ତାଙ୍କ ପାଖରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ତା’ ସହିତ ତାଙ୍କ ପାସ୍‌ପୋର୍ଟ ବି ଜବତ କରାଯାଇଛି। ଅନୁଗୋଳ ଥାନାରେ ପୁଲିସ୍‌ ଏକ ମାମଲା ରୁଜୁ କରି କଟକ ଲାଲବାଗ୍‌ ଥାନାକୁ ଟ୍ରାନ୍ସଫର କରିଛି।

ପୂରା ଘଟଣାଟି ଏମିତି। ନିକୋଲସ୍‌ ଥରେ ଭୁଲ୍‌ରେ ଡାକ୍ତର ମୁର୍ମୁଙ୍କୁ ଫୋନ୍ କରି ଦେଇଥିଲେ। ଅର୍ଥାତ୍ ରଂଗ୍ ନମ୍ବରରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରଥମେ ପରିଚୟ ହେଲା। ଏହା ପରେ ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ବଢ଼ିଥିଲା। ହେଲେ ଡାକ୍ତର ମୁର୍ମୁ ଶିଶୁ ରୋଗ ବିଶେଷଜ୍ଞ ବୋଲି ସେ ଜାଣିନଥିଲେ। ଏହା ଜାଣିବା ପରେ ନିକୋଲସ୍‌ ଡାକ୍ତର ମୁର୍ମୁଙ୍କୁ ଠକିବାକୁ ଉପାୟ ପାଞ୍ଚିଥିଲେ। ଶିଶୁ ରୋଗ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ଯୋଗାଇବା ଆଳରେ ସେ ତାଙ୍କୁ ୧୮ ଲକ୍ଷ ୫୦ ହଜାର ଟଙ୍କା ମାଗିଥିଲେ। ଡାକ୍ତର ମୁର୍ମୁ ମଧ୍ୟ ତାଙ୍କ କଥାରେ ରାଜି ହୋଇ ଯାଇଥିଲେ।

ଟଙ୍କା ଦେବା ପାଇଁ ଡାକ୍ତର ମୁର୍ମୁ ନିକୋଲସ୍‌ଙ୍କୁ କଟକ ଡକାଇଥିଲେ। କଟକର ଏକ ହୋଟେଲରେ ନିକୋଲସ୍‌ଙ୍କୁ ରଖିଥିଲେ। ପରେ କଟକ ସ୍ଥିତ ଲାଲବାଗ ବାସଭବନକୁ ନିକୋଲସ୍‌ଙ୍କୁ ଡାକି ୫ ଲକ୍ଷ ଟଙ୍କା ଦେଇଥିଲେ। ବଳକା ଟଙ୍କା ଦେବା ପାଇଁ ଡାକ୍ତର ମୁର୍ମୁ ତାଙ୍କୁ ବୌଦ୍ଧର ଜଣେ ସମ୍ପକୀୟଙ୍କ ଘରକୁ ଡିସେମ୍ବର ୩୧ ତାରିଖରେ ନେଇ ଯାଇଥିଲେ।

ସମ୍ପର୍କୀୟଙ୍କ ପାଖରୁ ବାକି ଟଙ୍କା ଆଣି ଡାକ୍ତର ମୁର୍ମୁ ତାଙ୍କୁ ଦେଇଥିଲେ। ଉଭୟ ସେଠାରେ ଗୋଟିଏ ହୋଟେଲରେ ମଧ୍ୟ ରହିଥିଲେ। ହେଲେ ନିକୋଲସ୍‌ ହୋଟେଲରୁ କୁଆଡ଼େ ଫେରାର ହୋଇ ଯାଇଥିଲେ। ଡାକ୍ତର ମୁର୍ମୁ ତାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହା ପରେ ନିକୋଲସ୍‌ଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ସେ ଠକାମିର ଶିକାର ହୋଇଥିବା ଅନୁଭବ କରିଥିଲେ। ଏ ଭିତରେ ତାଙ୍କ ପାଖରେ ଖବର ପହଞ୍ଚିଥିଲା ଯେ ଅନୁଗୋଳରେ ଜଣେ ସନ୍ଦିଗ୍ଧ ବିଦେଶୀ ବୁଲୁଛନ୍ତି। ଏହା ପରେ ସେ ଅନୁଗୋଳ ଆସି ଥାନାରେ ଏକ ଏତଲା ଦେଇଥିଲେ। ପୁଲିସ୍ ନିକୋଲସ୍‌କୁ ଅନୁଗୋଳର ଷ୍ଟେସନ୍‌ ଅଞ୍ଚଳରୁ ଧରିଥିଲା।

ଅନୁଗୋଳ ଏସଡିପିଓ ହରିହର ପାଣି କହିଛନ୍ତି,“ ଡାକ୍ତର ମୁର୍ମୁ ନିଜ ଘରେ ନିକୋଲସ୍‌ଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ। ଡାକ୍ତର ମୁର୍ମୁଙ୍କ ଘର ଲାଲ୍‌ବାଗ ଥାନା ଅଞ୍ଚଳରେ। ତେଣୁ ଲାଲବାଗ୍‌ ଥାନା ପୁଲିସ୍‌ ଘଟଣାର ତଦନ୍ତ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ।”

Related story