କେନ୍ଦୁଝର(ପ୍ରଣୟ କୁମାର ପାଣି):ଲୋକେ ମନା କରୁଥିଲେ। ହେଲେ ଡ୍ରାଇଭର ଶୁଣିଲେନି। ଆଉ ଅମାନିଆ ହୋଇ ଗାଡ଼ି ଚଲାଇ ଯିବା ବେଳେ ଫସିଗଲେ। ମୂଷଳଧାରାରେ ଆସୁଥିବା ବନ୍ୟା ପାଣିରେ ଫସିଗଲା ଟ୍ରକ୍। କେନ୍ଦୁଝର ପାଟଣା ଥାନା ସ୍ଵାମ ପାଟଣା ନିକଟରେ ଏମିତି ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଉଚ୍ଛୁଳା ପାଣିରେ ଭାସି ଯାଇଛି ଏକ ମିନିଟ୍ରକ ।
କେନ୍ଦୁଝର ପାଟଣା ଥାନା ସ୍ଵାମ ପାଟଣା ନିକଟରେ ସ୍ଵାମ ନାଳରେ ବର୍ଷା ପାଣି ୩ ଫୁଟ ଉଚ୍ଚରେ ଚାଲୁଛି। ତେବେ ଲୋକଙ୍କ ବାରଣ ସତ୍ୱେ ଏକ ଧାନ ବୋଝେଇ ମିନିଟ୍ରକ ଜବରଦସ୍ତ ପାରିହେବାକୁ ଚେଷ୍ଟା କରି ଭାରସାମ୍ୟ ହରାଇ ଉଛୁଳା ନାଳରେ ଭାସି ଯାଇଥିଲା ।
ଫଳରେ ଡ୍ରାଇଭର ସହ ଟ୍ରକ ଟି ପାଣିରେ ଭାସି ଯାଇଥିଲା । ବହୁ ଚେଷ୍ଟା ପରେ ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରି ପାଟଣା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏହି ଲଗାଣ ବର୍ଷା ଫଳ ରେ ଢେଙ୍କି କୋଟ ପାଟଣା ରାସ୍ତା ରେ ଓ ଟାଙ୍ଗରପଡା ନିକଟସ୍ଥ କେନ୍ଦୁଝର ପାଟଣା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।